DA Hike On Rakhi / ରାକ୍ଷୀରେ ୧ କୋଟି କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବ କି? ଜାଣନ୍ତୁ ସେମାନଙ୍କ ଦରମା କେତେ ବୃଦ୍ଧି ପାଇବ?
·2 weeks ago·2 min read

Key Points
ରାକ୍ଷୀରେ ଆସିପାରେ ବଡ଼ ଖୁସି ଖବର
ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିପାରେ ଖୁସି ଖବର
୧ କୋଟି କର୍ମଚାରୀଙ୍କୁ ମିଳିପାରେ ମହଙ୍ଗା ଭତ୍ତା

ନୁଆଦିଲ୍ଲୀ,୨୨/୦୮: ପାର୍ବଣ ଋତୁରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର। ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଶା କରାଯାଉଛି, ଏଥର କର୍ମଚାରୀଙ୍କ DAରେ ୩ ପ୍ରତିଶତ ବୃଦ୍ଧି ହୋଇପାରେ।
ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନେ ମୂଳ ଦରମାର ୬୦ ପ୍ରତିଶତ ହାରରେ DA ପାଉଛନ୍ତି। ଯଦି ସରକାର ୩ ପ୍ରତିଶତ DA ବୃଦ୍ଧିକୁ ଅନୁମୋଦନ କରନ୍ତି, ତେବେ ଏହା ୬୩ ପ୍ରତିଶତକୁ ବଢିପାରେ। ତେବେ ଏନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ।
ରକ୍ଷା ବନ୍ଧନରେ ଘୋଷଣା ହେବ କି?
DA ବୃଦ୍ଧିକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ରହିଛି। ରକ୍ଷା ବନ୍ଧନ ସମୟରେ ଏହାର ଘୋଷଣା ହେବ ବୋଲି ଆଶା ରହିଥିଲେ ମଧ୍ୟ, ଏହି ସମୟରେ ଘୋଷଣା ହେବାର ସମ୍ଭାବନା କମ୍ ବୋଲି କୁହାଯାଉଛି। ସାଧାରଣତଃ ଜୁଲାଇରୁ ଲାଗୁ ହେଉଥିବା DA ବୃଦ୍ଧି ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଘୋଷଣା କରାଯାଏ। ତେଣୁ ଏଥର ମଧ୍ୟ ସେପ୍ଟେମ୍ବର ଶେଷ କିମ୍ବା ଦୀପାବଳି ପୂର୍ବରୁ ଘୋଷଣା ହେବାର ସମ୍ଭାବନା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୬୩% ହୋଇପାରେ DA
AICPI-IWର ସଦ୍ୟତମ ତଥ୍ୟକୁ ଆଧାର କରି DAରେ ୩ ପ୍ରତିଶତ ବୃଦ୍ଧିର ଆକଳନ କରାଯାଉଛି। ଜୁନ୍ ୨୦୨୬ରେ AICPI-IW ସୂଚକାଙ୍କ ୧୫୧.୯ ରହିଥିବା ବେଳେ, ୧୨ ମାସର ହାରାହାରି ସୂଚକାଙ୍କ ୧୪୮.୬୫ ରହିଥିଲା। ଏହି ଆଧାରରେ DA ହାର ପ୍ରାୟ ୬୩.୭୬ ପ୍ରତିଶତ ହିସାବ ହେଉଛି। ତେବେ ଚୂଡ଼ାନ୍ତ ହାର ସରକାରୀ ଅନୁମୋଦନ ପରେ ହିଁ ସ୍ପଷ୍ଟ ହେବ।
ପଢନ୍ତୁ ଏହି ଖବର: ଶସ୍ତା ହେଲା ସୁନା -ରୁପା, ଆପଣଙ୍କ ସହରରେ ସୁନା - ରୂପାର ମୂଲ୍ୟ କେତେ?
ଦରମା କେତେ ବଢିବ?
ଯଦି DA ୬୦ରୁ ୬୩ ପ୍ରତିଶତକୁ ବଢେ, ତେବେ କର୍ମଚାରୀଙ୍କ ମୂଳ ଦରମା ଅନୁସାରେ ମାସିକ ଆୟ ବଢିବ। ଉଦାହରଣ ସ୍ୱରୂପ, ପେ ଲେଭଲ-୧ରେ ୧୮,୦୦୦ ଟଙ୍କା ମୂଳ ଦରମା ଥିଲେ ୩ ପ୍ରତିଶତ DA ବୃଦ୍ଧି ଅନୁଯାୟୀ ମାସକୁ ପ୍ରାୟ ୫୪୦ ଟଙ୍କା ଅଧିକ ମିଳିପାରେ। ସେହିପରି ୫୬,୧୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀଙ୍କ ମାସିକ DA ପ୍ରାୟ ୧,୬୮୩ ଟଙ୍କା ବଢିପାରେ।
ବକେୟା ଟଙ୍କା ମଧ୍ୟ ମିଳିପାରେ

DA ବୃଦ୍ଧି ଯଦି ଜୁଲାଇ ୨୦୨୬ରୁ ପ୍ରଭାବୀ ହୁଏ ଏବଂ ଘୋଷଣା ପରେ ଲାଗୁ କରାଯାଏ, ତେବେ ଜୁଲାଇରୁ ଘୋଷଣା ପର୍ଯ୍ୟନ୍ତ ଅବଧିର ବକେୟା ରାଶି ମଧ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିପାରେ। ଏହା ଫଳରେ ପାର୍ବଣ ଋତୁରେ ଅତିରିକ୍ତ ଟଙ୍କା ପାଇବାର ସୁଯୋଗ ରହିଛି।
DA ବୃଦ୍ଧି କେବଳ ମାସିକ ଦରମା ଉପରେ ନୁହେଁ, ପେନସନ ଓ ଅନ୍ୟାନ୍ୟ ଭତ୍ତା ସମ୍ପର୍କିତ ଲାଭ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ବର୍ତ୍ତମାନ ସମସ୍ତଙ୍କ ନଜର କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଘୋଷଣା ଉପରେ। ଯଦି ୩ ପ୍ରତିଶତ DA ବୃଦ୍ଧି ଅନୁମୋଦନ ହୁଏ, ତେବେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏହା ପାର୍ବଣ ଋତୁରେ ବଡ଼ ଆର୍ଥିକ ଆଶ୍ୱସ୍ତି ହୋଇପାରେ।

Related Topics
Explore more stories