Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ayodhya Ram Mandir / ରାମ ମନ୍ଦିରରେ ଉଡ଼ିଲା ଧର୍ମ ଧ୍ଵଜା

Rashmita Mishra
Browse all articles by Rashmita Mishra
·7 months ago·2 min read
ରାମ ମନ୍ଦିରରେ ଉଡ଼ିଲା ଧର୍ମ ଧ୍ଵଜା

Key Points

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଧ୍ଵଜାରୋହଣ ସମାରୋହ ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଲାଗିଲା ଧର୍ମଧ୍ଵଜା ।
ଧର୍ମଧ୍ଵଜା ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଅପେକ୍ଷାର ହେଲା ଅନ୍ତ.....ଅଯୋଧ୍ୟା ରାମ ମନ୍ଦିରର ଧ୍ଵଜାରୋହଣ କଲେ ପ୍ରଧାନମନ୍ତ୍ରୀ । ମନ୍ଦିର ଶିଖରରେ ୧୧ ଫୁଟ୍ ଚଉଡ଼ା ଓ ୨୨ ଫୁଟ୍ ଲମ୍ବର ତ୍ରିକୋଣୀୟ ଧ୍ଵଜାରୋହଣ କଲେ ନରେନ୍ଦ୍ର ମୋଦି । ରୋଡ୍‌ ସୋ ପରେ ସପ୍ତମନ୍ଦିର, ଶେଷାବତାର, ଅନ୍ନପୂର୍ଣ୍ଣାଙ୍କ ଦର୍ଶନ ପରେ ଗର୍ଭଗୃହ ଓ ରାମଲାଲାଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଲାଗିଲା ଧର୍ମଧ୍ଵଜା । ଧର୍ମଧ୍ଵଜା ସ୍ଥାପନା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡ଼ିଲା ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ଜ୍ୱଳ 'ସୂର୍ଯ୍ୟ' ଓ ଲେଖାଯାଇଛି 'ଓମ୍‌'। ଧର୍ମଧ୍ଵଜା ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁନା ଖଚିତ ସ୍ଵତନ୍ତ୍ର ବସ୍ତ୍ରରେ ଝଲସୁଛନ୍ତି ରାମ ଲଲ୍ଲା । ହଳଦିଆ ବସ୍ତ୍ର ଉପରେ ପଶ୍ମିନା ଶାଲ୍ ପିନ୍ଧିଛନ୍ତି ପ୍ରଭୁ । ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ଵଜାରୋହଣ । ଧର୍ମଧ୍ଵଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି ହୋଇଛି । ଧର୍ମଧ୍ଵଜାରେ ରହିଛି କୋବିଦାରା ଗଛର ପ୍ରତିଛବି। ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ଵଜା ।

ଏହି ପତାକା ପାରମ୍ପରିକ ଉତ୍ତର ଭାରତୀୟ ନଗର ସ୍ଥାପତ୍ୟ-କଳା ଶୈଳୀରେ ନିର୍ମିତ ଶିଖର ଉପରେ ଲଗାଯାଇଛି । ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ପରମ୍ପରାରେ କାରୁକାର୍ଯ୍ୟ କରାଯାଇଥିବା ମନ୍ଦିର ରାରିପାଖରେ ନିର୍ମିତ ୮୦୦ ମିଟର ପର୍କୋଟା, ଏକ ପରିକ୍ରମା ଘେରା, ମନ୍ଦିରର ସ୍ଥାପତ୍ୟ ବିବିଧତାକୁ ପରିଦର୍ଶନ କରୁଛି ।

ମନ୍ଦିର ସଂକଳନରେ ମୁଖ୍ୟ ମନ୍ଦିରର ବାହାର କାନ୍ଥରେ ବାଲ୍ମୀକି ରାମାୟଣ ଉପରେ ଆଧାରିତ ଭଗବାନ ଶ୍ରୀ ରାମଙ୍କ ଜୀବନର ୮୭ଟି ପ୍ରସଙ୍ଗ ଅତି ନିଖୁଣ ଭାବରେ ପଥର ଉପରେ ଖୋଦିତ କରାଯାଇଛି ଏବଂ ଚାରିପଟ କାନ୍ଥରେ ବ୍ରୋଞ୍ଜ-ନିର୍ମିତ ପଟି ଲାଗିଛି, ଯେଉଁଥିରେ ଭାରତୀୟ ସଂସ୍କୃତି ସହିତ ଜଡିତ ୭୯ଟି ପ୍ରସଙ୍ଗ ରହିଛି । ଏକତାର ଏହି ଉପାଦାନଗୁଡିକ ସମସ୍ତ ପରିଦର୍ଶକଙ୍କୁ ଏକ ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାଗତ ଅନୁଭୂତି ପ୍ରଦାନ କରେ, ଯାହା ଭଗବାନ ଶ୍ରୀ ରାମଙ୍କ ଜୀବନ ତଥା ଭାରତର ସାଂସ୍କୃତିକ ଐତିହ୍ୟ ବିଷୟରେ ଗଭୀର ଅର୍ନ୍ତଦୃଷ୍ଟି ପ୍ରଦାନ କରେ ।

ଅଯୋଧ୍ୟାର ଗୌରବର ପୁନରୁଦ୍ଧାର, ଅଗଣିତ ସନ୍ଥ, ପ୍ରଭୁ ରାମଙ୍କ ଭକ୍ତ ଓ ଯୋଦ୍ଧାମାନଙ୍କ ମହିମାମୟ ବଳିଦାନର ପ୍ରମାଣ ବାଖାଣିବ । ନୂତନ ସଂଯୋଗୀକରଣ, ଅତ୍ୟାଧୁନିକ ଭିତ୍ତିଭୂମି, ଦ୍ରୁତ ପର୍ଯ୍ୟଟନ ବିକାଶ ଭଳି ପଦକ୍ଷେପ ଅଯୋଧ୍ୟାକୁ ବିଶ୍ୱ ସ୍ତରରେ ଏକ ସ୍ଥାୟୀ ଓ ଆଧୁନିକ ସହର ଭାବରେ ପ୍ରତିଷ୍ଠିତ କରିବ । ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଲକ୍ଷ ଲକ୍ଷ ରାମ ପ୍ରେମୀଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସମେତ RSS ମୁଖ୍ୟ ମୋହନ ଭାଗବତ ଓ ହଜାର ହଜାର ସଂଖ୍ୟାରେ ନିମନ୍ତ୍ରିତ ଅତିଥି ମଧ୍ୟ ଉପସ୍ଥିତତ ରହିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ୍ କିଛି ଦିନ ହେବ ଲଗାତାର ମନ୍ଦିର ସମେତ ପୁରା ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya Ram Mandir | Grand Religious Flag Unfurled at Ram Mandir | Historic Moment in Ayodhya | Argus News