Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କାମରୂପ ବହୁଛି ଶ୍ରୀରାମ ଭକ୍ତିର ଧାରା

National

କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କାମରୂପ ବହୁଛି ଶ୍ରୀରାମ ଭକ୍ତିର ଧାରା

Manini Pattanayak
Browse all articles by Manini Pattanayak
·2 years ago·2 min read
କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କାମରୂପ ବହୁଛି ଶ୍ରୀରାମ ଭକ୍ତିର ଧାରା

ନୂଆଦିଲ୍ଲୀ:  ଗେରୁଆମୟ ସାରା ଦେଶ। କାଶ୍ମୀରରୁ କନ୍ୟାକୁମାରୀ, କଚ୍ଛରୁ କାମରୂପ ବହୁଛି ଶ୍ରୀରାମ ଭକ୍ତିର ଧାରା। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ 100 ଘଣ୍ଟାରୁ କମ୍ ସମୟ ବାକି।  ମନ୍ଦିର ମଧ୍ୟକୁ ନିଆଗଲା ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି। ୨୨ ରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟ  ରହିବ ଅଧା ଦିନ ବନ୍ଦ। ପ୍ରାଣପ୍ରତିଷ୍ଠା ଉତ୍ସବକୁ ଦୀପ ଜାଳି ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ। ନୃତ୍ୟ, ଗୀତ, ଭାବ, ଭକ୍ତି, ଯପ, ତପ, ଯଜ୍ଞାଦି, ଘଣ୍ଟ, ଶଙ୍ଖ, ମନ୍ତ୍ର ଉଚ୍ଚାରଣ ରେ ଫାଟି ପଡ଼ୁଛି ଅଯୋଧ୍ୟା। ଭବ୍ୟ ଲାଗୁଛି ଅଯୋଧ୍ୟା। ରାମଙ୍କ ନିକଟରେ ଭକ୍ତିର ଅର୍ଘ୍ୟ ଢ଼ାଳିଦେଉଛି ଭକ୍ତ । ପ୍ରାଣ ପ୍ରତିଷ୍ଠା ଉତ୍ସବର ଭବ୍ୟତା ମନ ଟାଣିନେଉଛି ଅଯୋଧ୍ୟା।  ଅଯୋଧ୍ୟାର ଗେରୁଆ ରୂପ ଦେଖି ଇର୍ଷା କରୁଛି ନୀଳ ଆକାଶ । କିଏ ସାଇକେଲ ଧରି କନ୍ୟାକୁମାରୀରୁ ଛୁଟିଛି ଅଯୋଧ୍ୟା। କିଏ ଗେରୁଆ ରଙ୍ଗରେ ସଜେଇ ଦେଇଛି କାର୍ । କିଏ ହାଇଦ୍ରାବରରୁ ଆସିଛି ରାମ ନଗରୀ ତ କିଏ ଭଜନ ଗାଇ ପ୍ରଭୁଙ୍କୁ କରୁଛି ଶ୍ମରଣ।  ଆଉ 4 ଦିନ ବାକି। ପ୍ରାଣ ପ୍ରତିଷ୍ଠାକୁ 100 ଘଣ୍ଟାରୁ କମ୍ ସମୟ। ଫୁଲରେ ସଜେଇ ହେଉଛି ଅଯୋଧ୍ୟା।

ସରଜୁର ପ୍ରବାହିତ ଜଳ ବି କହୁଛି ଜୟ ଶ୍ରୀ ରାମ୍। ଏପଟେ ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ସ୍ବାଦର ରାମ ଭଜନ ପୂରା ପରିବେଶକୁ କରୁଛି ରାମମୟ। ଓଡ଼ିଶାରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଇଛି ଓଡ଼ିଆ ଭଜନ ।  ପ୍ରଧାନମନ୍ତ୍ରୀ ମୋଦି ରାମଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଥିବା ଓଡ଼ିଆ ଭଜନ ବିଷୟରେ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି । ଏପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରୀ ୨୨ ରେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ରହିବ। କେନ୍ଦ୍ର ଅଧିନସ୍ଥ ସମସ୍ତ ସରକରୀ କାର୍ଯ୍ୟାଳୟ, ଶିଳ୍ପାସଂସ୍ଥା ଆଦି ବନ୍ଦ ରହିବ। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଅଧା ଦିନ ବିରତି ଦିଆଯିବ। ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ସେପଟେ ପ୍ରାଣପ୍ରତିଷ୍ଠା ଉତ୍ସବକୁ ଦୀପ ଜାଳି ପାଳନ କରିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋ ଅଧା ଅଧୁରା ଜୀବନ, ତୁମେ ପୂରା କରିଦିଅ ଠାକୁରେ... ମୋ ମନ ଦେଉଳରେ ତୁମ ପ୍ରାଣ ପ୍ରତିଷ୍ଠା କରି ସାରିଛି... ମୋ ଛାତି ଧକ୍ ଧକ୍ କରୁନି ଏବେ ରାମ ରାମ କହୁଛି. । 
 
ଅଧିକ ପଢନ୍ତୁ ରାମକଥା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Preparations are underway in Ayodhya as the Ram temple consecration ceremony is set to take place on January 22. | Argus News