Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜ୍ଞାନପୀଠ ପାଇଲେ ରାମଭଦ୍ରାଚାର୍ଯ୍ୟ, ଜାଣନ୍ତୁ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଷୟରେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜ୍ଞାନପୀଠ ପାଇଲେ ରାମଭଦ୍ରାଚାର୍ଯ୍ୟ, ଜାଣନ୍ତୁ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଷୟରେ

Key Points

୧୦୦ ରୁ ଅଧିକ ପୁସ୍ତକ ରଚନା କରିଛନ୍ତି

ଦେଶର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଲେ ଜଗଦଗୁରୁ ସ୍ଵାମୀ ରାମଭଦ୍ରାଚାର୍ଯ୍ୟ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜଗଦଗୁରୁଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଜ୍ଞାନପୀଠ ପ୍ରଦାନ କରାଯାଇଛି। ସଂସ୍କୃତ ଭାଷାର ବିଦ୍ବାନ ଭାବରେ ସମଗ୍ର ଭାରତରେ ପରିଚିତ।


ଏହି ଅବସରରେ ସେ କହିଛନ୍ତି ସଂସ୍କୃତ ଭାଷା ସାହିତ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଉଥିବାରୁ ସେ ଗର୍ବିତ। ବଞ୍ଚିଥିବା ପର୍ଯ୍ୟନ୍ତ ସେ ସାହିତ୍ୟ ସର୍ଜନା କରିବା ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତବର୍ଷ ରଥଯାତ୍ରାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ପୁରୀ ଆସି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ରଥଯାତ୍ରା ସମୟରେ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ହେଉଛନ୍ତି ଚିତ୍ରକୋଟ ତୁଳସୀ ପୀଠର ପ୍ରତିଷ୍ଠାତା । ସେ ଜଣେ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ଗୁରୁ, ସଂସ୍କୃତ ବିଦ୍ୱାନ, ଶିକ୍ଷକ,ଲେଖକ। ବର୍ତ୍ତମାନ ମଧ୍ୟରେ ସେ ପ୍ରାୟ ୧୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ୨୨ ରୁ ଅଧିକ ଭାଷାରେ କଥାବାର୍ତ୍ତା ହୋଇପାରନ୍ତି।

Sponsored
Ramachandra Acharya received the Jnanpith Award | Argus News