Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ

Ritu Das
Browse all articles by Ritu Das
·2 years ago·1 min read
ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ

ଅର୍ଗସ ବ୍ୟୁରୋ: ଶୁକ୍ରବାର  ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା ସାମ୍ନାକୁ ଆସିଥିଲା। ଏବେ ବୋମା ରଖିଥିବା ଯୁବକ ସିସିଟିଭିରେ କଏଦ ହେବା ସହ କାନ୍ଧରେ ଏକ ବ୍ୟାଗ ପକାଇ ଯୁବକଜଣକ ରାମେଶ୍ବରମ କାଫେକୁ ଆସିଥିବା ଜଣାପଡ଼ିଛି।

ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ, ୧୧.୩‌୦ରେ ବସରୁ ଓହ୍ଲାଇ ଅଭିଯୁକ୍ତ କାଫେକୁ ଆସିଥିଲା। ୧୧.୩୮ରେ ରାବା ଇଡିଲି ଅର୍ଡର କରିବା ପରେ ୧୧.୪୪ରେ ହାତ ଧୋ‌ଇବା ପାଇଁ ବେସିନ ପାଖରେ ପହଞ୍ଚିଥିଲା ଅଭିଯୁକ୍ତ। ଏଠାରେ ହାତ ଧୋଇବା ପରେ ଅଭିଯୁକ୍ତ ଜାଣିଶୁଣି ବ୍ୟାଗଟି କାଫେରେ ରଖି ୧୧.୪୫ରେ ବାହାରକୁ ଚାଲିଆସିଥିଲା। ଏହା ପରେ ୧୨.୫୬ରେ କାଫେ ଭିତରେ ବିସ୍ଫୋରଣ ଘଟିଥିଲା।

ହଠାତ୍ ଏଭଳି ବି‌ସ୍ଫୋରଣ ହେବା ପରେ ଭିତରେ ଥିବା ଲୋକ ଭୟ‌ରେ ବାହାରକୁ ଚାଲିଆସିଥିଲେ। ପ୍ରଥମେ ୫ଜଣ ଆହତ ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ଆହତଙ୍କ ସଂଖ୍ୟା ୧୦କୁ ବଢ଼ିଛି। ତେବେ କିଏ ଓ କାହିଁକି ଏଭଳି କଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ରାମେଶ୍ୱରମ କାଫେର ପ୍ରତିଦ୍ବନ୍ଦ୍ବୀ ଏଭଳି କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Rameswaram cafe | Argus News