ଅଟୋମେଟିଭ ଇଣ୍ଡଷ୍ଟ୍ରିରେ ସବୁଠୁ ଶକ୍ତିଶାଳୀ ମହିଳା ରାମକ୍ରିପା

ଅର୍ଗସ ବ୍ୟୁରୋ: ମହିନ୍ଦ୍ରା ଥାର ହେଉଛି ପୁରୁଷ ମାନଙ୍କର ସବୁଠୁ ଲୋକପ୍ରିୟ SUV କାର। ଏହି କାରର କ୍ରେଜ ଭାରତରେ ଅଧିକ। ଆପଣ ଦେଖିଥିବେ ପଞ୍ଜାବ ଇଣ୍ଡଷ୍ଟ୍ରିର ବହୁତ ଗୀତ ଏହି ଥାର କାରରେ ହିଁ ସୁଟ ହେଉଛି। କିନ୍ତୁ ପୁରୁଷଙ୍କୁ ଏତେ ଭଲ ଲାଗୁଥିବା ଏହି କାରକୁ କିନ୍ତୁ ଜଣେ ମହିଳା ଡିଜାଇନ କରିଛନ୍ତି। ଏହା ବହୁତ କମ ଲୋକ ଜାଣିଥିବେ। ନାଁ ହେଉଛି ତାଙ୍କର ରାମକ୍ରିପା ଅନନ୍ତନ। ଜଣେ ସୁପର ଓ୍ବମାନ। ବୟସ ହେଉଛି ୪୯ବର୍ଷ। କ୍ରିପାଜୀ BITS ପିଲାନିରୁ ମେକାନିକାଲ ଇଞ୍ଜିନିୟର ଭାବେ ପାଠପଢ଼ା ସାରିଥିଲେ। ରାମକ୍ରିପା ଅନନ୍ତନ ହେଉଛନ୍ତି ଜଣେ ଅଗ୍ରଣୀ ଭାରତୀୟ କାର ଡିଜାଇନର। ମହିନ୍ଦ୍ରା ଥାର ବ୍ୟତୀତ ବୋଲେରୋ ଡିଜାଇନରେ ମଧ୍ୟ ତାଙ୍କର ଅବଦାନ ସମଗ୍ର ଅଟୋ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚିତ।
ରାମକ୍ରିପା ଅନନ୍ତନ ଆଇଆଇଟି ବମ୍ବେରୁ ମାଷ୍ଟର ଅଫ୍ ଡିଜାଇନରେ ପାଠପଢ଼ିଥିଲେ। ମହିନ୍ଦ୍ରା ଏବଂ ମହିନ୍ଦ୍ରା ଛାଡିବା ପରେ କ୍ରୁକ୍ସ ଷ୍ଟୁଡିଓ ନାମକ ଏକ ଷ୍ଟୁଡିଓ ସ୍ଥାପନ କରିଛନ୍ତି। ଥାର ବିଷୟରେ କହିବାକୁ ଗଲେ ଏହା 4ସିଟ୍ ବିଶିଷ୍ଟ କାର। କାରରେ ୩ଟି ଡୋର ରହିଛି। ଏବଂ ଏହା 6-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଦ୍ୱାରା ସମର୍ଥିତ। ଏସୟୁଭି ଭାରତର ସବୁଠାରୁ ଲୋକପ୍ରିୟ କାର। ଏସୟୁଭି ମଡେଲ ଲଞ୍ଚ ହେବା ପରଠାରୁ ଏହା ଭାରତରେ ସବୁଠାରୁ ଅଧିକ ବିକ୍ରି କାର ମଧ୍ୟରେ ଅନ୍ୟତମ।
1997 ରେ ଇଣ୍ଟେରିୟର ଡିଜାଇନର୍ ଭାବରେ ନିଯୁକ୍ତି ପାଇବାବେଳେ ରାମକ୍ରିପା ଅନନ୍ତନ ମହିନ୍ଦ୍ରା ଏବଂ ମହିନ୍ଦ୍ରା କମ୍ପାନୀ ସହ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ 2005ରେ ସେ ମହିନ୍ଦ୍ରା ଏବଂ ମହିନ୍ଦ୍ରା କମ୍ପାନୀରେ ଡିଜାଇନ୍ ବିଭାଗର ମୁଖ୍ୟ ଭାବରେ ନାମିତ ହୋଇଥିଲେ।
ଏହାପରେ ସେ ଏବଂ ତାଙ୍କ ଗ୍ରୁପ ସବୁ ମଡର୍ଣ୍ଣ କାର ଯେମିତିକି ବୋଲେରୋ, ଜାଇଲୋ ଏବଂ ସ୍କର୍ପିଓ ଭଳି ସବୁଠାରୁ ଲୋକପ୍ରିୟ କାରକୁ ଡିଜାଇନ୍ କରିଥିଲେ। ଏହି କାର ଗୁଡ଼ିକର ସଫଳ ରନ୍ ପରେ ତାଙ୍କୁ ମହିନ୍ଦ୍ରା ଏବଂ ମହିନ୍ଦ୍ରା XUV 500 ପାଇଁ ପ୍ରୋଜେକ୍ଟ ମଧ୍ୟ ଦିଆଯାଇଥିଲା। ଏହାପରେ ଲୋକଙ୍କ ଭରସା ଜିତିଥିଲେ ରାମକ୍ରିପା।
📱 Get Argus News App
✨୨୦୧୯ ମସିହାରେ କ୍ରିପାଜୀ ମହିନ୍ଦ୍ରା କମ୍ପାନୀର ଡିଜାଇନର ହେଡ ପଦରୁ ରିଜାଇନ କରିଥିଲେ ଏବେ ସେ ଓଲା ଇଲେକ୍ଟ୍ରିକ୍ସରେ ଡିଜାଇନ୍ ହେଡ୍ ଭାବରେ ଯୋଗ ଦେଇଛନ୍ତି। ଯେଉଁଠାରେ ସେ ଏବେ ଇଲେକ୍ଟ୍ରିକ୍ସର ଉଭୟ ଟୁ ହ୍ବିଲର ଏବଂ ଫୋର ହ୍ବିଲର ଡିଜାଇନ କରିବାରେ କାମ କରୁଛନ୍ତି। ତେବେ ରାମକ୍ରିପା ହେଉଛନ୍ତି ଜଣେ ସୁପର ଓ୍ବିମେନ। ଆପଣ ଏମିତି ଆଉ କେଉଁ ଅଟୋମେଭଟିଭ ଇଣ୍ଡଷ୍ଟ୍ରିଜରେ ସୁପରଓ୍ବିମେନଙ୍କ ବିଷୟରେ ଜାଣିଛନ୍ତି ଆମକୁ କମେଣ୍ଟ କରନ୍ତୁ।
ଅଧିକ ପଢ଼ନ୍ତୁ ଭାରତ ଖବର