Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୮୭ ବର୍ଷରେ ଆଖି ବୁଜିଲେ ରାମୋଜୀ ଫିଲ୍ମ ସିଟିର ମାଲିକ

Manini Pattanayak
Browse all articles by Manini Pattanayak
·2 years ago·1 min read
୮୭ ବର୍ଷରେ ଆଖି ବୁଜିଲେ ରାମୋଜୀ ଫିଲ୍ମ ସିଟିର ମାଲିକ

ନୂଆଦିଲ୍ଲୀ:  ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କ ପରଲୋକ। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ରାମୋଜୀ ରାଓଙ୍କ  ମୃତ୍ୟୁ ଘଟିଥିବା ସୂଚନା।  ମୃତ୍ୟ ବେଳକୁ ରାମୋଜୀ ରାଓଙ୍କୁ 87 ବର୍ଷ ବୟସ ହୋଇଥିଲା। ଆଜି ସକାଳ 3ଟା 45ରେ ଶେଷନିଃଶ୍ବାସ ତ୍ୟାଗ  କରିଛନ୍ତି ରାମୋଜୀ।  ରାମୋଜୀ ରାଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ତେବେ କୁହାଯାଉଛି ରାମୋଜୀ ରାଓଙ୍କୁ କିଛି ବର୍ଷ ପୂର୍ବରୁ  କୋଲନ କ୍ୟାନ୍ସର  ହୋଇଥିଲା। ଏବଂ ଏହି  ରୋଗକୁ ସେ ହରାଇ ସୁସ୍ଥ ହୋଇଥିଲେ।

 ବିଶ୍ୱର ସବୁଠାରୁ  ବଡ ଫିଲ୍ମ ସିଟିର ମାଲିକ ହେବା ସହ  ରାମୋଜୀ ଗ୍ରୁପର  ଚେୟାରମ୍ୟାନ ମଧ୍ୟ।  ସେ ଇନାଡୁ ଖବରକାଗଜ, ଟିଭି ଚ୍ୟାନେଲ ମାନଙ୍କ ମଧ୍ୟରେ ଇଟିଭି ଭାରତ  ନେଟଓର୍କ,  ଫିଲ୍ମ ନିର୍ମାଣ କମ୍ପାନୀ ଉଷା କିରଣ ମୁଭିଜ୍‌ ର ମାଲିକ ମଧ୍ୟ ଥିଲେ।  ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିବା ରାମୋଜୀଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସ ସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର ସୂଚନା । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ramoji-rao-film-city-founder-ramoji-rao-hyderabad-no-more | Argus News