Ranveer Allahbadiaଙ୍କ x'ରେ ୬ ଲକ୍ଷ ଫଲୋଅର୍ସ, ସେଠି କ୍ଷମା ମାଗିଲେ.. ହେଲେ Youtubeରେ ୮୩ ଲକ୍ଷ, ସେଇଠି ଚୁପ୍ ରହିଲେ ! କାହିଁକି...?

ଶେଷରେ କ୍ଷମା ମାଗିଲେ ରଣବୀର ଆଲହାବାଦିଆ । ସମୟ ରୈନାଙ୍କ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି ।
ମାମଲା ଅଧିକ ଗମ୍ଭୀର ହେଉଥିବା ବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆଲହାବାଦିଆ । ଏକ ଭିଡିଓ ଜାରି କରି ସେ କହିଛନ୍ତି, "ମୁଁ କମେଡିଆନ ନୁହେଁ । ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ । ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ବୀକାର କରୁଛି । ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ । ଆଗକୁ ମୁଁ ଏପରି ଭୁଲ କେବେ ବି ଦୋହରାଇବି ନାହିଁ ।" କ୍ଷମା ମାଗିବା ସହ ଭାଇରାଲ ହେଉଥିବା ଭିଡିଓ କ୍ଲିପ୍ ଡିଲିଟ କରିବାକୁ ରଣବୀର ମଧ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ରଣବୀର ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ, ରଣବୀର କାହିଁକି କେବଳ 'ଏକ୍ସ'ରେ କ୍ଷମା ପ୍ରାର୍ଥନା କଲେ । ଏକ୍ସ ହ୍ୟାଣ୍ଡେଲରେ ମାତ୍ର ୬ ଲକ୍ଷ ଫଲୋଅର୍ସ ରହିଛନ୍ତି । ଯେଉଁଥିରେ ସେ ୫୨ ସେକେଣ୍ଡର କ୍ଷମା ପ୍ରାର୍ଥନା ଭିଡିଓ ପୋଷ୍ଟ କରିଛନ୍ତି । ହେଲେ ୟୁଟ୍ୟୁବ୍ରେ ତାଙ୍କର ୮୩ ଲକ୍ଷ ସବ୍ସ୍କ୍ରାଇବର ରହିଛନ୍ତି । କିନ୍ତୁ ସେଥିରେ ସେ କ୍ଷମା ପ୍ରାର୍ଥନା ଭିଡିଓ ପୋଷ୍ଟ କରିନାହାନ୍ତି । ଏମିତିକି ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୩୪ ଲକ୍ଷ ଫଲୋଅର୍ସ ରହିଛନ୍ତି । ସେଥିରେ ମଧ୍ୟ ସେ କ୍ଷମା ଭିଡିଓ ପୋଷ୍ଟ କରି ନାହାନ୍ତି । ତେବେ ଏହା କ'ଣ ସୂଚାଉଛି ? ବାସ୍ତବରେ ସେ ନିଜ ଭୁଲ ପାଇଁ ଅନୁତପ୍ତ ନା ନିଜ ଇମେଜ୍ ଓ ସବ୍ସ୍କ୍ରାଇବର ବଞ୍ଚାଇବାକୁ ଏକ ଛୋଟ ନାଟକ କେବଳ ।
ସେପଟେ ରଣବୀର ଆଲହାବାଦିଆଙ୍କ ବିବାଦୀୟ ଟିପ୍ପଣୀକୁ ନେଇ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ବା ଏଆଇସିଡବ୍ଲୁଏ । ଏପରିକି ଅଶ୍ଲୀଳ କମେଣ୍ଟ ଜନିତ ତାଙ୍କର ଭିଡିଓ ଗୁଡିକୁ ୟୁଟ୍ୟୁବରୁ ଡିଲିଟ କରାଯାଇଛି। ପୂର୍ବରୁ ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଥିଲେ ରଣବୀର ଆଲହାବାଦିଆ । ତାଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବା ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି। ଅନ୍ୟପଟେ ଏବେ ସୋସିଆଲ ମିଡିଆରେ ରଣବୀରଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି ୟୁଜର୍ସ ।
📱 Get Argus News App
✨I shouldn’t have said what I said on India’s got latent. I’m sorry. pic.twitter.com/BaLEx5J0kd
— Ranveer Allahbadia (@BeerBicepsGuy) February 10, 2025
ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜ ଏକ୍ସ ହାଣ୍ଡେଲରେ କହିଛନ୍ତି ଯେ ସମସ୍ତଙ୍କ ନାଁରେ FIR ହୋଇଛି । ସେମାନେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲହାବାଡିଆଙ୍କ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି। ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ ।
କାହିଁକି ତେଜିଲା ବିବାଦ?
ଷ୍ଟାଣ୍ଡ ଅପ୍ କମେଡି ଶୋ'ରେ ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ଯୋଗୁଁ ରଣବୀର ଆଲହାବାଦିଆ ଅଡୁଆରେ ପଡିଛନ୍ତି । ଯେଉଁଥିପାଇଁ ରଣବୀରଙ୍କ ସମେତ ସମୟ ରାଇନାଙ୍କ ନାଁରେ ଏତଲା ଦାୟର କରାଯାଇଛି ।