ବଢ଼ୁଛି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ

ରାତାରାତି ଫେମସ ହେବାର ନିଶା ସୀମା ପାର୍ କଲେ ୟୁଟ୍ୟୁବର୍ । ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର ରଣବୀର ଆଲ୍ଲହାବାଦିଆ । ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି । ସେପଟେ ରଣବୀରଙ୍କ ସୋର କଣ୍ଟେଣ୍ଟ୍ ତୁରନ୍ତ ହଟାଇବାକୁ ଏନଏଚଆରସିଙ୍କ କଡ଼ା ନିର୍ଦ୍ଦେଶ ଜାରି । ୟୁଟ୍ୟୁବ୍ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ଏପିଶୋଡ୍ରେ ଲୋକପ୍ରିୟ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ରଣବୀର ଏବଂ ଷ୍ଟାଣ୍ଡ୍ଅପ୍ କମେଡିଆନ ସମୟ ରୈନାଙ୍କ ସହ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ’ ସହ ଜଡ଼ିତ ଅନ୍ୟମାନଙ୍କୁ ମଙ୍ଗଳବାର ସମନ ଜାରି କରିଛି। ଶୁଣାଣି ପାଇଁ ଆସନ୍ତା ୧୭ରେ ନୂଆଦିଲ୍ଲୀସ୍ଥିତ ଏନ୍ସିଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ’ରେ ରଣବୀର ଗେଷ୍ଟ୍ ପାନେଲିଷ୍ଟ ଭାବେ ଯୋଗ ଦେଇଥିବା ସମ୍ପୂର୍ଣ୍ଣ ଏପିଶୋଡ୍କୁ ମଙ୍ଗଳବାର ୟୁଟ୍ୟୁବ୍ ହଟାଇ ଦେଇଛି।
ସୋମବାର ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ସଦସ୍ୟ ପ୍ରିୟଙ୍କା କାନୁନଗୋ ଉକ୍ତ ବିବାଦୀୟ ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ୟୁଟ୍ୟୁବ୍କୁ ଅନୁରୋଧ କରିଥିଲେ। ସେପଟେ ସଂସଦରେ ମଧ୍ୟ ଉଠିଛି ୟୁ୍ଟ୍ୟୁବରଙ୍କ ମନ୍ତବ୍ୟ ପ୍ରସଙ୍ଗ। ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠିବା ସହ ଖୁବଶୀଘ୍ର ୟୁଟ୍ୟୁବର ରଣବୀରଙ୍କୁ ସମନ କରିଯିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରଣବୀର ଓ ତାଙ୍କ ସହଯୋଗୀଙ୍କୁ କମେଡି ସୋକୁ ନେଇ ଉଗ୍ର ହେଲାଣି ବିବାଦ । ସଭିଙ୍କ ନାଁରେ ପୋଲିସ ନିକଟରେ ଅଭିଯୋଗ ଦାଏର ହୋଇଛି । ସେପଟେ ମୁମ୍ବାଇ ପୋଲିସ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା ଜଣାପଡିଛି । ସେହିପରି ଗତକାଲି ରଣବୀରଙ୍କ ଦେଇଥିବା ମନ୍ତବ୍ୟ ଥିବା ଭିଡିଓ ଓ ଇଣ୍ଡିଆସ ଗଟ ଲାଟେଣ୍ଟ ସୋର କଣ୍ଟେଣ୍ଟକୁ ୟ୍ୟୁଟ୍ୟୁବରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏନଏଚଆରସି ।
📱 Get Argus News App
✨ତେବେ ଗତ ସପ୍ତାହରେ ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ରେ ରଣବୀର ଛୋଟପିଲା ଓ ମା ବାପାଙ୍କ ବେଡରୁମ ସମ୍ପର୍କ ସହ ଅନେକ ଗୁଡିଏ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲିଉଡର କିଛି ଷ୍ଟାର ମଧ୍ୟ ରଣବୀରଙ୍କ ଶୋ'କୁ ନେଇ ବିରୋଧର ସ୍ବର ଉଠାଇଛନ୍ତି। ବଲିଉଡର ବରିଷ୍ଠ ଅଭିନେତା ଅଜୟ ଦେବଗନ କହିଛନ୍ତି ମୁଁ ଯଦି ଜାଣିଥାନ୍ତି ରଣବୀର ଜଣେ ଏଭଳି ଅଭଦ୍ର ବ୍ୟକ୍ତି ମୁଁ ତାଙ୍କ ପୋଡକାଷ୍ଟକୁ କେବେ ବି ଯାଇ ନଥାନ୍ତି।