Videos
|
National

୩ ଦିନ ଘରେ ବନ୍ଦ କରି ଯୁବତୀଙ୍କୁ ଗଣଦୁଷ୍କର୍ମ

Ritu Das
Browse all articles by Ritu Das
·2 years ago·1 min read
୩ ଦିନ ଘରେ ବନ୍ଦ କରି ଯୁବତୀଙ୍କୁ ଗଣଦୁଷ୍କର୍ମ

ଅର୍ଗସ ବ୍ୟୁରୋ: ପୁଣି ଲଜ୍ଜା। ଦେଶରେ ଥମୁନି ମହିଳାଙ୍କ ପ୍ରତି ନିର୍ଯାତନା ଏବଂ ଅତ୍ୟାଚାର। ଉତ୍ତରପ୍ରଦେଶର ବହରାଇଚ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଶେଷ ସମୁଦାୟର କେତେକ ଯୁବକ ଜଣେ ଦଳିତ ଯୁବତୀଙ୍କୁ ଅପହରଣ କରି ଅନ୍ୟ ଏକ ଗାଁରେ ଏକ ଘରେ ବନ୍ଦ କରି ରଖିଥିଲେ। ସେଠାରେ ଉକ୍ତ ଯୁବତୀଙ୍କୁ ବାରମ୍ବାର ଗଣ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବାପରେ ଯୁବତୀଙ୍କୁ ଜୋରଜବରଦସ୍ତି ତାଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କ ସହ ନିକାହ ମଧ୍ୟ କରାଇଦେଲେ। ପିଡିତା ମହିଳାଙ୍କ ପରିବାର ନିକଟସ୍ଥ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ। ପୋଲିସ ପେୋକ୍ସୋ କୋର୍ଟ ଆଧାରରେ ମାମଲାକୁ ଗୁରୁତ୍ବର ସହିତ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ପୀଡ଼ିତ ପରିବାର ଲୋକଙ୍କୁ  ଅଭିଯୁକ୍ତ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। 

ଏହି ଘଟଣା ପରେ ଏସପି ବୃନ୍ଦା ଶୁକ୍ଳା ପୀଡ଼ିତାଙ୍କ ଗାଁକୁ ଯବତୀଙ୍କୁ ଭେଟିବା ସହ ପରିବାର ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଏକ ଟିମ ଗଠନ କରିଛି।

ସୂଚନା ଥାଉ କି, ପୀଡ଼ିତା ଯୁବତୀଙ୍କ ମା' ଜଣେ ଦିବ୍ୟାଙ୍ଗ। ସେ କଥା କହି ପାରନ୍ତିନି। ସେଥିପାଇଁ ନିଜ ବାପଘରେ ୧୫ ବର୍ଷ ହେଲା ନିଜ ନାବାଳିକା ଝିଅ ସହ ରହୁଥିଲେ। ଉକ୍ତ ନାବାଳିକା ଜଣଙ୍କ ନିଜ ମା'ର ଦେଖାଶୁଣା କରୁଥିଲେ। ପୀଡ଼ିତା ଯୁବତୀ ଜଣକ ନିଜ କ୍ଷେତରେ କାମ କରୁଥିବାବେଳେ କେତେକ ଯୁବକ ତାଙ୍କୁ କ୍ଷେତରୁ ଅପହରଣ କରି ନେଇଥିଲେ। ଦୁଷ୍କର୍ମ କରିବାପରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ବି ଧମକାଇଥିଲେ। ୨ମାସ ପରେ ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Raped a young woman | Argus News