Videos
|
National

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

Ritu Das
Browse all articles by Ritu Das
·12 months ago·2 min read
ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

Key Points

ଦୁଷ୍କର୍ମକାରୀ ବାବା ରାମରହିମଙ୍କୁ ପୁଣି ୪୦ ଦିନିଆ ପାରୋଲ୍

ସିର୍ସାସ୍ଥିତ ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସଜ୍ଜା କାଟୁଛନ୍ତି

ସିର୍ସାସ୍ଥିତ ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରୋହତକର ସୁନାରିୟା ଜେଲରେ ୨୦ ବର୍ଷର ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହରିୟାଣା ସରକାର ପୁଣିଥରେ ୪୦ଦିନିଆ ପାରୋଲ ମଞ୍ଜୁର କରିଛନ୍ତି। ସେ ଆଜି ସକାଳ ସାଢ଼େ ୬ଟା ସମୟରେ ଜେଲରୁ ବାହାରିଥିବା ଜଣାଯାଇଛି। ସେ ସିର୍ସାସ୍ଥିତ ନିଜର ଡେରା ଅଭିମୁଖେ ଯାଇଥିବାର ସୂଚନା ରହିଛି। ଏହା ପୂର୍ବରୁ ଗତ ଏପ୍ରିଲ୍ ମାସରେ ମଧ୍ୟ ତାଙ୍କୁ ୨୧ ଦିନିଆ ପାରୋଲ ମିଳିଥିଲା। ପଞ୍ଚକୁଲା (ହରିୟାଣା) ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୧୧ ତାରିଖରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା। ୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ତାଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା ।


ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶରେ ବହୁସଂଖ୍ୟାରେ ଭକ୍ତ ଥିବା ଏହି ତଥାକଥିତ ‘ଗଡ୍‌ମ୍ୟାନ’ଙ୍କୁ ଏକାଧିକ ଥର ପାରୋଲ ମିଳି ସାରିଲାଣି। ମାଆଙ୍କୁ ଦେଖା କରିବା ପ୍ରଭୃତି ବିଭିନ୍ନ କାରଣ ଦର୍ଶାଇ ସେ ପାରୋଲ ପାଇଁ ଆବେଦନ କରିଥାନ୍ତି। ପାରୋଲ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି। ଏଥି ସହ ଶାନ୍ତି ରକ୍ଷା କରିବା, ଭଲ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ଥାନୀୟ ପୋଲିସକୁ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ମଧ୍ୟ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପଞ୍ଚକୁଲା (ହରିୟାଣା) ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୧୧ ତାରିଖରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା। ୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ତାଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

rapist-baba-ram-rahim-gets-40-day-parole-again | Argus News