Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Blood Moon: ଦେଶର କିଛି ଅଞ୍ଚଳରେ ଦେଖାଗଲା 'ଲାଲ୍ ଜହ୍ନ', ଦେଖନ୍ତୁ ଭିଡିଓ...

Sushanta Sahoo
Browse all articles by Sushanta Sahoo
·10 months ago·2 min read
Blood Moon: ଦେଶର କିଛି ଅଞ୍ଚଳରେ ଦେଖାଗଲା 'ଲାଲ୍ ଜହ୍ନ', ଦେଖନ୍ତୁ ଭିଡିଓ...

Key Points

ରବିବାର ରାତିରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷର ଶେଷ ଓ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ ସରିଛି । ଭାରତର ଏକାଧିକ ସହରରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି ।

ନୂଆଦିଲ୍ଲୀ: ଆକାଶରେ ରବିବାର ରାତିରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷର ଶେଷ ଓ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ ସରିଛି । ଭାରତର ଏକାଧିକ ସହରରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ଲଦାଖରୁ ନେଇ ତାମିଲନାଡ଼ୁ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଏହି ଦୁର୍ଲଭ ଦୃଶ୍ୟ ।



ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୮୨ ମିନିଟ ଯାଏଁ ହୋଇଥିଲା । ଗତକାଲି ରାତି ୯ଟା ୫୭ ମିନିଟରୁ ଆରମ୍ଭ ହୋଇଥିଲା ଚନ୍ଦ୍ର ଗ୍ରହଣ । ରାତି ୧୧ଟା ୧ ମିନିଟରୁ ୧୨ଟା ୨୩ ଯାଏ ଦୃଶ୍ୟମାନ ହୋଇଥିଲା ବ୍ଲଡ୍ ମୁନ । ରାତି ଗୋଟାଏ ୨୬ରେ ହେଲା ସର୍ବମୋକ୍ଷ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିଲ୍ଲୀ, ବେଙ୍ଗାଳୁରୁ, ଚେନ୍ନାଇ, କୋଲକାତା ସମେତ ବିଭିନ୍ନ ସହରରେ ଲୋକେ ରାତିରେ ଏତତ୍ରୀତ ହୋଇ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ମହାଜାଗତିକ ଦୃଶ୍ୟ ଦେଖୁଥିଲେ । ସମସ୍ତ ପ୍ଲାନେଟୋରିୟମ ଓ ମହାକାଶ ଗବେଷଣା କେନ୍ଦ୍ରରେ ହୋଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା ।



ଚନ୍ଦ୍ରଗ୍ରହଣ ପରେ ଆଜି ପ୍ରଭାତରୁ ମହୋଦଧି, ପ୍ରୟାଗରାଜ ସମେତ ଦେଶର ବିଭିନ୍ନ ନଦୀ ଓ ସମୁଦ୍ର ଘାଟରେ ବୁଡ଼ ପକାଇ ଦେବ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

Sponsored
Rare Blood Moon Graces Indian Skies During Year's Longest Lunar Eclipse | Argus News | Argus News