Videos
|
National

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ ଉଦଘାଟିତ

Ritu Das
Browse all articles by Ritu Das
·1 year ago
ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ ଉଦଘାଟିତ

ଉଦଘାଟନ ହୋଇଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ’। ପ୍ରାୟ ୫ ଲକ୍ଷ ବର୍ଗ ଫୁଟରେ ନିର୍ମିତ ଏହି ଭବନରେ ଅଡିଟରିୟମ, ପୁସ୍ତକାଳୟ, ହସ୍ପିଟାଲ୍ ଓ ହନୁମାନ ମନ୍ଦିର ରହିଛି । ସାର୍ବଜନୀନ ଦାନରୁ ଏହି ଭବନର ନିର୍ମାଣ ହୋଇଛି। ଆରଏସଏସର ଏହି ନୂତନ ମୁଖ୍ୟାଳୟରେ ତିନୋଟି କୋଠା ରହିଛି । ଏହାର ନାମ ସାଧନା, ପ୍ରେରଣା ଓ ଅର୍ଚ୍ଚନା ରଖାଯାଇଛି। ଏହି କୋଠାରେ ୩୦୦ କୋଠରୀ ରହିଛି । ସାଧନା ବିଲ୍ଡିଂରେ ସଂଗଠନର କାର୍ଯ୍ୟାଳୟ ରହିଛି ଏହାକୁ ପ୍ରାନ୍ତ କାର୍ଯ୍ୟାଳୟ କୁହାଯାଉଛି।


ବାକି ଦୁଇଟି କୋଠାରେ ଆବାସୀୟ ପରିସର ରହିଛି । ଏହି ଦୁଇଟି ଆବାସୀୟ ବିଲ୍ଡିଂ ମଝିରେ ଏକ ବଡ ଖୋଲା ସ୍ଥାନ ରହିଛି, ଯେଉଁଥିରେ ଏକ ସୁନ୍ଦର ବଗିଚା ଓ ଆରଏସଏସର ସଂସ୍ଥାପକ କେଶବ ବାଲିରାମ ହେଡଗେବାରଙ୍କ ମୂର୍ତ୍ତି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rashtriya Swayamsevak Sangh's new office 'Keshava Kunj' inaugurated | Argus News