କୁକୁର ପାଇଁ ସାହାଯ୍ୟ ମାଗିଲେ ରତନ ଟାଟା

ଅର୍ଗସ ବ୍ୟୁରୋ: ଆମେ ରକ୍ତ ଦେବା କଥା ଶୁଣିବା ମାତ୍ରେ ଭାବନ୍ତି ଯେ କୌଣସି ବ୍ୟକ୍ତିଙ୍କର ରକ୍ତ ବୋଧହୁଏ ଆବଶ୍ୟକତା ପଡ଼ିଥିବା ଏଠି କିନ୍ତୁ ଜଣେ ବ୍ୟକ୍ତିର ନୁହେଁ କୁକୁର ପାଇଁ ଆବଶ୍ୟକତା ପଡ଼ିଛି ରକ୍ତ। ସେ ରକ୍ତ ଦେବାଲାଗି ମୁମ୍ବାଇବାସୀଙ୍କୁ ଇନଷ୍ଟାଗ୍ରାମ ଜରିଆରେ ନିବେଦନ କରିଛନ୍ତି ଟାଟା ଗ୍ରୁପ୍ର ଅଧ୍ୟକ୍ଷ ରତନ ଟାଟା।
ଏହି ବିଶିଷ୍ଟ ଶିଳ୍ପପତି ମୁମ୍ବାଇରେ ଥିବା ତାଙ୍କ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଏକ କୁକୁର ପାଇଁ ଜଣେ ରକ୍ତଦାତା ଖୋଜିବାକୁ ମୁମ୍ବାଇର ଲୋକଙ୍କୁ ନିବେଦନ କରିଛନ୍ତି। ୭ ମାସର କୁକୁରଟି ସନ୍ଦେହଜନକ ଟିକ୍ ଜ୍ୱର ଏବଂ ଗୁରୁତର ରକ୍ତହୀନତାରେ ପୀଡିତ ଥିବାରୁ ତା・ର ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି।
ରତନ ଟାଟାଙ୍କ ପୋଷ୍ଟ ଅନୁଯାୟୀ କୁକୁରକୁ ଯେଉଁ ରକ୍ତ ଦାତା ରକ୍ତ ଦାନ କରିବେ ସେହି କୁକୁରମାନଙ୍କର କି ପ୍ରକାରର ଯୋଗ୍ୟତା ରହିବା ଦରକାର ତାହାକୁ ଉଲ୍ଲେଖ କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ମୁମ୍ବାଇ, ମୋର ସାହାଯ୍ୟ ଦରକାର ବୋଲି ଉକ୍ତ ଅସୁସ୍ଥ କୁକୁରର ଚିତ୍ର ସହ ଏହି ପୋଷ୍ଟ କରିଛନ୍ତି। ଆପଣ ଜଣେ ମଣିଷ ଅନ୍ୟ ଜଣଙ୍କୁ ଭଲ ପାଇବାର ଅନେକ କାହାଣୀ ଶୁଣିଥିବେ କିନ୍ତୁ ରତନ ଟାଟାଙ୍କର ପ୍ରାଣୀଙ୍କ ପ୍ରତି ଏତେ ଦରଦୀ ଭଲ ପାଇବା ସତରେ ଆଜିର ସମାଜକୁ ସଚେତନତାର ବାର୍ତ୍ତା ବାଣ୍ଟୁଛି। ସେ ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ ସମସ୍ତଙ୍କ ପ୍ରତି ଏ ସମାଜର ରହିଛି ଗୁରୁ ଦାୟିତ୍ବ ତାହା ଆମେ ଭୁଲିଯିବା ଉଚିତ ନୁହେଁ।
ତେବେ ବିଶେଷ କରି କୁକୁର ପ୍ରତି ରତନ ଟାଟାଙ୍କର ପ୍ରେମ ଖୁବ୍ ଅଧିକ। ସେ ପ୍ରାୟତଃ କୁକୁରମାନଙ୍କର ଫଟୋ ପୋଷ୍ଟ କରନ୍ତି ଏବଂ ସେମାନଙ୍କ ଅଧିକାର ପାଇଁ ଦାବି କରନ୍ତି। ଏହାପୂର୍ବରୁ ରତନ ଟାଟା ରାସ୍ତାରେ ବୁଲୁଥିବା କୁକୁରମାନେ ତାଜ ହୋଟେଲ ପରିସରରେ ଫ୍ରିରେ ପଶି ଆରାମ ନେଇପାରିବେ ବୋଲି ଘୋଷଣା କରିଥିଲେ। ସେମାନଙ୍କୁ କେହି ଅଟକାଇବେନି।
ଏହି କାରଣରୁ ଟାଟା ଟ୍ରଷ୍ଟ ନିକଟରେ ଦକ୍ଷିଣ ମୁମ୍ବାଇର ମହାଲକ୍ଷ୍ମୀ ଅଞ୍ଚଳରେ ଦେଶର ପ୍ରଥମ ଅତ୍ୟାଧୁନିକ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟର ଆଗାମୀ ଶୁଭାରମ୍ଭ ଘୋଷଣା କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର