Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମୁଁ ସୁସ୍ଥ ଅଛି, ଗୁଜବ ଠାରୁ ଦୂରେଇ ରୁହନ୍ତୁ '- ରତନ ଟାଟା

National

'ମୁଁ ସୁସ୍ଥ ଅଛି, ଗୁଜବ ଠାରୁ ଦୂରେଇ ରୁହନ୍ତୁ '- ରତନ ଟାଟା

Smruti Parija
Browse all articles by Smruti Parija
·1 year ago·1 min read
'ମୁଁ ସୁସ୍ଥ ଅଛି, ଗୁଜବ ଠାରୁ ଦୂରେଇ ରୁହନ୍ତୁ '- ରତନ ଟାଟା

ଅର୍ଗସ ବ୍ୟୁରୋ: '' ମୁଁ ସୁସ୍ଥ ଅଛି । ବୟସଗତ ସମସ୍ୟା ଓ ଚେକ୍ ଅପ୍ ପାଇଁ ମୁଁ ହସ୍ପିଟାଲ ଯାଇଥିଲି । ମୋ ସ୍ୱାସ୍ଥ୍ୟକୁ ନେଇ ନିକଟରେ ଗୁଜବ ପ୍ରକାଶ ପାଇଛି । କିନ୍ତୁ ଏ ସବୁ ଭିତ୍ତିହୀନ । ମୋ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବାର କିଛି ନାହିଁ । ମୁଁ ସୁସ୍ଥ ଅଛି । ସମସ୍ତଙ୍କୁ ଅନୁରୋଧ କରୁଛି ଏଭଳି ଗୁଜକୁ ବିଶ୍ୱାସ କରନ୍ତୁ ନାହିଁ । ''

ଆଜି ସକାଳୁ ବରିଷ୍ଠ ଶିଳ୍ପପତି ରତନ ଟାଟା ଅସୁସ୍ଥ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ବିଗିଡାବରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଖୋଦ ରତନ ଟାଟା । ସେ ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇଛନ୍ତି । ମୋ ପାଇଁ ସମସ୍ତେ ଚିନ୍ତା କରିଥିବାରୁ ଧନ୍ୟବାଦ । କିନ୍ତୁ ମୁଁ ଭଲ ଅଛି । ଏଭଳି ଖବରରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରତନ ଟାଟା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Ratan N. Tata (@RNTata2000) October 7, 2024

 

Sponsored
Ratan Tata-said-Undergoing Check-Ups for Age-Related Medical Condition, No Cause for Concern | Argus News