Videos
|
National

ସବୁବେଳେ ସମସ୍ତଙ୍କ ନିକଟରେ ଅମର ରହିବେ ରତନ ଟାଟା

Ritu Das
Browse all articles by Ritu Das
·1 year ago·2 min read
ସବୁବେଳେ ସମସ୍ତଙ୍କ ନିକଟରେ ଅମର ରହିବେ ରତନ ଟାଟା

ଅର୍ଗସ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ପୁରା ଦେଶବାସୀ ଶୋକପ୍ରକାଶ କରିଛନ୍ତି । ସେ ସର୍ବଦା ସାଧାରଣ ଲୋକଙ୍କ ବିଷୟରେ ଚିନ୍ତା କରୁଥିଲେ । ଏହିପରି ବ୍ୟକ୍ତିତ୍ବ ଦୁନିଆକୁ ଅଲବିଦା କହିବା ସମସ୍ତଙ୍କୁ କଷ୍ଟ ଦେଉଛି । ତେବେ ଟାଟାଙ୍କ ଜୀବନକୁ ଜୀବନ୍ତ ରଖିବା ପାଇଁ ପ୍ରସ୍ତାବ ଦେଇଛି ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇସେସ ଲିମିଟେଡ୍(ZEEL)। ରତନ ଟାଟାଙ୍କ ବିଷୟରେ କହି ZEELର ଏମଡି ତଥା ସିଇଓ ପୁନିତ ଗୋଏଙ୍କା କହିଛନ୍ତି, ମହାନ ବ୍ୟକ୍ତିତ୍ବଙ୍କ ବିଷୟରେ ଲୋକଙ୍କୁ ଜଣାଇବା ଏହି ଚଳଚ୍ଚିତ୍ର ନିର୍ମାଣର ପ୍ରଧାନ ଉଦ୍ଦେଶ୍ୟ । ସେ କରିଯାଇଥିବା କାର୍ଯ୍ୟ ବିଶେଷ କରି ଯୁବକମାନଙ୍କ ଉପରେ ଗଭୀର ଏବଂ ସକରାତ୍ମକ ପ୍ରଭାବ ପକାଇବ ।

ଅନ୍ୟପଟେ ZEEL ଚେୟାରମ୍ୟାନ୍ ଆର ଗୋପାଳନ୍ କହିଛନ୍ତି, ରତନ ଟାଟାଙ୍କର ବିୟୋଗ ସମସ୍ତଙ୍କୁ ଆଘାତ ଦେଇଛି । ଭାରତ ତାଙ୍କୁ ସବୁବେଳେ ମନେ ପକାଇବ । ଜି ଷ୍ଟୁଡିଓର ବ୍ୟାନରରେ ତାଙ୍କ ଜୀବନରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯିବ । ଆଶା କରାଯାଉଛି ଯେ, ଏହି ଚଳଚ୍ଚିତ୍ରଟି ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କୁ ଅନୁକରଣ କରିବା ପାଇଁ ପ୍ରେରଣା ଦେବ ।  ବର୍ତ୍ତମାନ ସୁଦ୍ଧା କିନ୍ତୁ ଏହି ପ୍ରୋଜେକ୍ଟ ଟାଟା ସନ୍ସ ଦ୍ୱାରା ଅନୁମୋଦନ ହୋଇନାହିଁ । 

ଏହି ଫିଲ୍ମରୁ ଯାହା ଲାଭ ହେବ, ତାହା ଅସହାୟ ଲୋକଙ୍କୁ ସାହାଯ୍ୟ କରାଯିବ । ଜି ଷ୍ଟୁଡିଓ ଏହି ଫିଲ୍ମକୁ ବିଶ୍ବର 190 ଦେଶରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା କଥା ସେ କହିଛନ୍ତି । ସେହିପରି ‘ଜି ଷ୍ଟୁଡିଓ’ର ବ୍ୟବସାୟ ମୁଖ୍ୟ ଉମେଶ ଭନସଲ ମଧ୍ୟ ରତନ ଟାଟାଙ୍କୁ ମନେ ପକାଇ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି, ରତନ ଟାଟା ସାରା ବିଶ୍ୱରେ ନିଜ ପାଇଁ ଏକ ଖ୍ୟାତି ଅର୍ଜନ କରିଛନ୍ତି । ଦେଶର ବ୍ରାଣ୍ଡ ଜି ଷ୍ଟୁଡିଓର ପୁରା ଟିମ୍ ଅତ୍ୟନ୍ତ ସମ୍ମାନଜନକ ଅନୁଭବ କରୁଛନ୍ତି ଯେ ଆମେ ଏପରି ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ଯାଉଛୁ। ଟାଟାଙ୍କର ଅବଦାନ କେବେବି ଭୁଲିପାରିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Ratan Tata will | Argus News