Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି

National

ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି

Ritu Das
Browse all articles by Ritu Das
·1 year ago·1 min read
ରତନ ଟାଟାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ଟାଟା ସନ୍ସର ଏମିରିଟାସ୍ ଅଧ୍ୟକ୍ଷ ରତନ ଟାଟାଙ୍କ ଅବସ୍ଥା ସଙ୍କଟାପନ୍ନ। ସେ ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ, ରତନ ଟାଟାଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ‘ ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ କିଛି ଗଣମାଧ୍ୟମରିପୋର୍ଟରେ ଦାବି କରାଯାଇଥିଲା ଯେ ରତନ ଟାଟାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ତାଙ୍କର ବ୍ଲଡ୍ ପ୍ରେସର୍ ପୁରା କମି ଯାଇଥିଲା। ଏହାପରେ ସୋମବାର ରତନ ଟାଟା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଥିଲେ, ମୁଁ ସୁସ୍ଥ ଅଛି ଏବଂ ବାର୍ଦ୍ଧକ୍ୟ ଜନିତ ରୁଟିନ୍ ଚେକ୍ ଅପ୍ ପାଇଁ ଡାକ୍ତରଖାନା ଯାଇଥିଲି। ଚିନ୍ତା କରିବାର କିଛି ନାହିଁ । ମୁଁ ଭଲ ମନୋବଳରେ ରହୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ଡାକ୍ତରୀ ମୂଲ୍ୟାୟନ ନିୟମିତ ଥିଲା ଏବଂ ଭୁଲ ସୂଚନା ପ୍ରଚାର ନ କରିବାକୁ ଜନସାଧାରଣ ଏବଂ ଗଣମାଧ୍ୟମକୁ ଅନୁରୋଧ କରିଥିଲେ।

ରତନ ଟାଟା ଭାରତୀୟ ଇଣ୍ଡଷ୍ଟ୍ରିର ଜଣେ ବଡ଼ ବ୍ୟକ୍ତିତ୍ୱ । ସେ ୧୯୯୧ ରେ ଭାରତର ଅନ୍ୟତମ ବୃହତ୍ତମ ଏବଂ ପ୍ରଭାବଶାଳୀ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପ୍ ବିଶ୍ୱସ୍ତରରେ ବିସ୍ତାର କରି ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲା ଏବଂ ଟାଟାକୁ ଏକ ମୁଖ୍ୟ ଘରୋଇ ସଂସ୍ଥାରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Ratan Tata's health | Argus News