୮ ଅପ୍ରେଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ , ବଢିବ ଦୁର୍ଘଟଣା !
·2 years ago·1 min read

ନୂଆଦିଲ୍ଲୀ: ୮ ଅପ୍ରେଲରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି। ସୂର୍ଯ୍ୟ ପରାଗ ନେଇ ବୈଜ୍ଞାନିକମାନେ ଏକ ଅଜିବଗରିବ ଚେତାବନୀ ଦେଇଛନ୍ତି। ଯାହା ଡରାଇଦେବା ଭଳି । ବୈଜ୍ଞାନିକଙ୍କ କହିବାନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟ ପରାଗ କାରଣରୁ ସଡକ ଦୂର୍ଘଟଣା ବଢିବାକୁ ଯାଉଛି। ଏଥିପାଇଁ ସେମାନେ ୨୦୧୭ ହୋଇଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗର କଥା ଦର୍ଶାଇଥିଲେ। ତେବେ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ଏହି ଅଜିବଗରିବ ଚେତାବନୀର କାରଣ ସମ୍ପର୍କରେ।
୨୦୧୭ରେ ହୋଇଥିବା ପୂର୍ଣ ସୂର୍ଯ୍ୟପାରାଗ କମ ସମୟ ପାଇଁ ହୋଇଥିଲେ ମଧ୍ୟ ସଡକ ଦୁର୍ଘଟଣା ଦ୍ରୁତ ଗତିରେ ବଢିଯାଇଥିଲା ବୋଲି କହିଛି ଗ୍ରେଟ ଆମେରିକା ଏକ୍ଲିପ୍ସ ଅଫ ୨୦୧୭ । ବୈଜ୍ଞାନିକମାନେ ଏହାର ଷ୍ଟଡି କରି ନିଜ ରିପୋର୍ଟ JAMA Internal Medicine ରେ ପ୍ରକାଶ କରିଥିଲେ। ଡା. ରିଡେଲମୀୟର କହିଛନ୍ତି, ସାଧାରଣତଃ ଦୁର୍ଘଟଣା ସୂର୍ଯ୍ୟ ପରାଗ ଲାଗିବା ପର ଘଣ୍ଟାରେ ଅଧିକା ଦୁର୍ଘଟଣା ଦେଖିବାକୁ ମିଳିଥାଏ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: