ମୂଷା ଖାଇଦେଲା ୧୯ କିଲୋ ଗଞ୍ଜେଇ
·2 years ago

ନୂଆଦିଲ୍ଲୀ: ମୂଷା ଖାଇଦେଲା ୧୯ କିଲୋ ଗଞ୍ଜେଇ ସହ ୯ କିଲୋ ଭାଙ୍ଗ। ଆଶ୍ଚର୍ଯ୍ୟ ହେଲେ କି ? ହେଲେ ଘଟଣା ପୂରା ସତ । ଆଉ ଏ କଥା ଯାଇ କୋର୍ଟରେ ପହଞ୍ଚିଲାଣି । ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କଠୁ ଜବତ ହୋଇଥିବା ଗଞ୍ଜେଇ ଆଉ ଭାଙ୍ଗ ଏକ ଗୋଦାମ ଘରେ ରଖିଥିଲା ପୋଲିସ୍ ।
କିନ୍ତୁ ଯେତେବେଳେ ପୋଲିସ୍କୁ କୁହାଯାଇଥିଲା ଜବତ ହୋଇଥିବା ସାମଗ୍ରୀକୁ କୋର୍ଟରେ ଉପସ୍ଥାପନା କରିବା ପାଇଁ ସେତେବେଳେ ପୋଲିସ୍ କରିପାରିନଥିଲା । ଆଉ କୋର୍ଟଙ୍କୁ ପୋଲିସ୍ କହିଥିଲା ଜବତ ହୋଇଥିବା ସାମଗ୍ରୀକୁ ମୂଷା ଖାଇଦେଇଛି। ତେବେ ଏପରି ଏକ ଘଟଣା ଘଟିଛି ଝାରଖଣ୍ଡର ଧନବାଦରେ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: