War Like Situation / ଭାରତୀୟ ସୀମାରେ ଛିଡ଼ା ହେଲାଣି ଯୁଦ୍ଧ ଟ୍ୟାଙ୍କ, ଆକାଶରେ ଗର୍ଜନ କଲାଣି ଫାଇଟର ଜେଟ୍ !

Key Points
ବାୟୁସେନା, ସ୍ଥଳସେନା, ନୌସେନା ମିଳିତ ଭାବେ ଏହି ସମରାଭ୍ୟାସ କରୁଛନ୍ତି ।
ସୀମାରେ ମୁତୟନ ହେଲାଣି ଭାରତର ଯୁଦ୍ଧ ଜାହାଜ । ଟ୍ୟାଙ୍କରୁ ଗୋଳା ବାରୁଦ ଫୁଟିବ, ଆକାଶରେ ଯୁଦ୍ଧ ବିମାନ ଗର୍ଜନ କରିବ । ପାଣିରୁ ବି ଛଡ଼ା ହେବ ମିସାଇଲ ! ଏମିତି କିଛି ସ୍ଥିତି ଏବେ ଭାରତୀୟ ସୀମାରେ ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ କୁହାଯାଉଛି, ଭାରତ କରୁଛି କି ଯୁଦ୍ଧ ପ୍ରସ୍ତୁତି । ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଯାଉଛି କି କିଛି ବଡ଼ ଘଟଣା । କାରଣ ସାଧାରଣତଃ ଭାରତର ଏମିତି ପ୍ରସ୍ତୁତି କେବେ ଦେଖାଯାଇନଥାଏ । ଆଉ ଏବେ ଏଭଳି ପ୍ରସ୍ତୁତି ଚାଲିଛି ମାନେ, ନିଶ୍ଚୟ କିଛି ବଡ଼ ପ୍ଲାନ କରୁଛି ଭାରତ । ଅନ୍ୟପଟେ ଭାରତର ଏଭଳି କରାଳ ରୂପ ଦେଖି ପୋଡ଼ାଶୀ ପାକିସ୍ତାନ ଛାନିଆ ହେଲାଣି ।
ଭାରତ-ପାକିସ୍ତାନ ପଶ୍ଚିମ ସୀମାରେ ଏକ ପ୍ରମୁଖ ସାମରିକ ଅଭ୍ୟାସ "ତ୍ରିଶୂଳ" ଆରମ୍ଭ କରିଛି ଭାରତ । ଏହି ଅଭ୍ୟାସ ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ରାଜସ୍ଥାନ ଏବଂ ଗୁଜରାଟର ବଡ଼ ଅଞ୍ଚଳକୁ ଉଡ଼ାଣ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ପାକିସ୍ତାନ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ଏହାର କିଛି ଆକାଶ ସୀମାକୁ ମଧ୍ୟ ପ୍ରତିବନ୍ଧକ ଲଗାଇଛି, ସମ୍ଭବତଃ ଏକ ଅଭ୍ୟାସ କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଏଭଳି କରାଯାଇଥିବା କୁହାଯାଉଛି। ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସୂଚିତ କରୁଛି, ଯାହା ଅପରେସନ ସିନ୍ଦୁର ପରେ ମଧ୍ୟ ଦେଖାଯାଇଥିଲା।
ତେବେ ଏହାକୁ ଏକ ନିୟମିତ ଅଭ୍ୟାସ ବୋଲି କହିଛନ୍ତି ଜଣେ ବରିଷ୍ଠ ସାମରିକ ଅଧିକାରୀ । ବର୍ଷକୁ ଥରେ ଏଭଳି ଅଭ୍ୟାସ କରାଯାଏ। କିନ୍ତୁ ଏଥର ଏହି ତ୍ରିଶୁଳ ଅଭ୍ୟାସ ଟିକେ ଅଧିକ ଭୟଙ୍କର ଭାବେ କରାଯାଉଛି, ଏମିତିକି ଏଥର ବଡ଼ ଆକାରରେ ଏବଂ ଏବଂ ଜଟିଳ ଭାବେ ଅଭ୍ୟାସ କରୁଛି ଭାରତ । ଏହି ଅଭ୍ୟାସ ବେଳେ ବିଭିନ୍ନ ପ୍ରକାରର ଆକ୍ରମଣାତ୍ମକ ଏବଂ ପ୍ରତିରକ୍ଷାତ୍ମକ ମିଳିତ ସାମରିକ ଅଭ୍ୟାସ ସାମିଲ ରହିଛି ।
ସବୁଠାରୁ ବଡ଼ କଥା ହେଲା ଏହି ତ୍ରିଶୂଳ ଅଭ୍ୟାସରେ, ଭାରତର ତିନି ସେନା ସାମିଲ ଅଛନ୍ତି । ବାୟୁସେନା, ସ୍ଥଳସେନା, ନୌସେନା ମିଳିତ ଭାବେ ଏହି ସମରାଭ୍ୟାସ କରୁଛନ୍ତି । ୨୦ ହଜାରରୁ ଅଧିକ ସୈନ୍ୟ, ଟ୍ୟାଙ୍କ, ତୋପ, କ୍ଷେପଣାସ୍ତ୍ର ଏବଂ ହେଲିକପ୍ଟର ଏହି ଅଭ୍ୟାସରେ ନିୟୋଜିତ ହୋଇଛନ୍ତି । ଖାଲି ସେତିକି ନୁହେଁ ଏଥିରେ ରାଫେଲ ଏବଂ ସୁଖୋଇ-30MKI ଭଳି ଲଢ଼ୁଆ ବିମାନ, ସ୍ୱତନ୍ତ୍ର ବିମାନ, ହେଲିକପ୍ଟର, ଡ୍ରୋନ (ଦୂରବର୍ତ୍ତୀ ପାଇଲଟେଡ୍ ବିମାନ), ଆକାଶରେ ଇନ୍ଧନ ଭର୍ତ୍ତି ବିମାନ (IL-78), ଏବଂ ବାୟୁବାହୀ ନିରୀକ୍ଷଣ ବିମାନ (ଏବର୍ନ ପ୍ରାରମ୍ଭିକ-ସତର୍କତା ଏବଂ ନିୟନ୍ତ୍ରଣ ବିମାନ) ଅଭ୍ୟାସରେ ସାମିଲ ହେବେ । ଅବିକଳ ଯୁଦ୍ଧ ଭଳି ମାହୋଲ ସୃଷ୍ଟି କରି ଅଭ୍ୟାସ କରୁଛନ୍ତି ୩ ସେନା । ଗୁଜରାଟ ଉପକୂଳରେ ଅନେକ ଫ୍ରିଗେଟ୍ ଏବଂ ବିଧ୍ୱଂସକ ମଧ୍ୟ ନିୟୋଜିତ କରିଛି ଭାରତୀୟ ନୌସେନା ।
📱 Get Argus News App
✨Related Topics
Explore more stories