|
logo
Live

Argus News - ସୁଦୃଢ ହେଉଛି ଭାରତର ଅର୍ଥନୀତି, ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI

National

RBI brings gold / ସୁଦୃଢ ହେଉଛି ଭାରତର ଅର୍ଥନୀତି, ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI

Swoyang prajna Mishra
Browse all articles by Swoyang prajna Mishra
·5 months ago·2 min read
ସୁଦୃଢ ହେଉଛି ଭାରତର ଅର୍ଥନୀତି, ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI

Key Points

ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI
ଦେଶର ଅର୍ଥନୀତି ମଜବୁତ କରିବାକୁ RBIର ବଡ ପଦକ୍ଷେପ
ଜାଣନ୍ତୁ କେଉଁଠି ରଖାଗଲା ଭାରତର ୬୪ ଟନ୍ ସୁନା
ସାରା ଦୁନିଆରେ ଭୂରାଜନୈତିକ ଉତ୍ତେଜନା ଚାଲିଥିବା ବେଳେ ନିଜର ଅର୍ଥନୀତିକୁ ସୁଦୃଢ କରିବାକୁ ଏମିତି ପଦକ୍ଷେପ ନେଇଛି RBI । ଏଥିପାଇଁ ବିଦେଶରେ ରହିଥିବା ୬୪ ହଜାର କିଲୋ ସୁନାକୁ ଭାରତ ଫେରାଇ ଆଣିଛି ଆରବିଆଇ । ବିଶ୍ଵରେ ଟାରିଫ ୱାର୍ ଚାଲୁଥିବା ବେଳେ ନିଜ ସମ୍ପତ୍ତିକୁ ନିଜ ଜମିରେ ସୁରକ୍ଷତି ରଖିବା ପାଇଁ ଏମିତି ପଦକ୍ଷେପ ନିଆଯାଇଛି ।

ବିଶ୍ଵରେ ଯୁଦ୍ଧ ଭଳି ସଙ୍କଟ ତଥା ବାଣିଜ୍ୟ କଟକଣା ପରିସ୍ଥିତିରେ ନିଜର ଘରୋଇ ଭଣ୍ଡାରରେ ସୁନା ରଖିବା ଅଧିକ ସୁରକ୍ଷିତ ବୋଲି ବିଶ୍ଵାସ କରେ RBI । ସେଥିପାଇଁ ଏବେ ଏମିତି ନିଷ୍ପତ୍ତି ଆରବିଆଇ ପକ୍ଷରୁ ନିଆଯାଇଛି । ଦେଶର ରିଜର୍ଭ ବ୍ୟାଙ୍କ ବିନା କାହାର ସହାୟତାରେ ଏପରି ଆର୍ଥିକ ନିଷ୍ପତ୍ତି ନେଇପାରିବ । ରୁଷ, ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡ଼ିକ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ପରେ ବିପଦ କମାଇବା ପାଇଁ ଏମିତି ପଦକ୍ଷେପ ନେଇଛି ଭାରତ ।

ଅଧିକ ପଢନ୍ତୁ : ଆମେରିକାରେ ଭୟଙ୍କର ପରିସ୍ଥିତି, ଚିନ୍ତାରେ ଟ୍ରମ୍ପ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା, RBI ପାଖରେ ମୋଟ ୮୮୦.୮ ଟନ୍ ସୁନା ଅଛି, ଯେଉଁଥିରୁ ବର୍ତ୍ତମାନ ଭାରତରେ ୫୭୫.୮ ଟନ୍ ସୁନା ଗଚ୍ଛିତ ଅଛି । ହି ସମୟରେ ପ୍ରାୟ ୨୯୦.୩ ଟନ୍ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ୍ ସେଟେଲମେଣ୍ଟ୍ସ (BIS) ଭଳି ବିଦେଶୀ ସଂସ୍ଥା ପାଖରେ ଅଛି । ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହି ସଂଖ୍ୟା ୮୨୨.୧୦ ଟନ୍ ଥିଲା ଏବଂ ଗୋଟିଏ ବର୍ଷରେ ସୁନାର ମାତ୍ରା ୫୭.୪୮ ଟନ୍ ବୃଦ୍ଧି ପାଇଛି ।

ମାର୍ଚ୍ଚ ୨୦୨୩ରୁ ଏବେ ଯାଏଁ RBI ୨୭୪ ଟନ ସୁନା ଭାରତକୁ ଆସିସାରିଛି । ଗତବର୍ଷ ମଧ୍ୟରେ ସୁନା ମୂଲ୍ୟ ୫୨% ବୃଦ୍ଧି ପାଇଛି । ଅକ୍ଟୋବର ୨୦ ତାରିଖରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୪,୩୮୧.୨୧ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RBI brings gold: ସୁଦୃଢ ହେଉଛି ଭାରତର ଅର୍ଥନୀତି, ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI | Argus News