Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

Banajyotshna Ray
Browse all articles by Banajyotshna Ray
·1 year ago
ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ଅର୍ଗସ ବ୍ୟୁରୋ:  ବଢ଼ିବନି ହୋମ୍‌ ଲୋନ୍‌ ଇଏମ୍‌ଆଇ। ଏଥର ମଧ୍ୟ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ। ଲଗାତର ୧୦ମ ଥର ପାଇଁ ପ୍ରମୁଖ ସୁଧ ହାର ତଥା ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ୨୦୨୩ଠାରୁ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RBI keeps repo rate unchanged, shifts to neutral policy stance | Argus News