Videos
|
National

ଆସିଲା ବଡ଼ ଖବର, କମିବ ଋଣ କିସ୍ତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆସିଲା ବଡ଼ ଖବର, କମିବ ଋଣ କିସ୍ତି

Key Points

ମୁଦ୍ରାନୀତି କମିଟି ବୈଠକରେ ନିଷ୍ପତ୍ତି 

କମିଲା ରେପୋ ରେଟ୍‌

ଜାଣନ୍ତୁ ସାଧାରଣ ଲୋକଙ୍କୁ ମିଳିବ କେଉଁ ଫାଇଦା ?


ଆରବିଆଇ ଗଭର୍ଣ୍ଣରଙ୍କ ସୂଚନା, ହ୍ରାସ ହେଲା ରେପୋ ରେଟ୍। ଆରବିଆଇ ରେଟ୍‌ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି ଆରବିଆଇ। ପୂର୍ବରୁ ଫେବୃଆରୀ ଏବଂ ଏପ୍ରିଲରେ ରେପୋ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇଥିଲା। ଆଜିର ହ୍ରାସ ପରେ ଏହା ୫.୫ ପ୍ରତିଶତକୁ ହ୍ରାସ ପାଇଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।


ରେପୋ ରେଟ୍‌ କ'ଣ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣତ ବ୍ୟାଙ୍କ ଗୁଡିକ ଋଣ ନେବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସରକାରୀବଣ୍ଡ ବନ୍ଧକ ରଖନ୍ତି। ଆଉ ଏହି ବନ୍ଧକ ମାଧ୍ୟମରେ ରିଜର୍ବ ବ୍ୟାଙ୍କ ଯେଉଁ ସୁଧ ହାରରେ ଋର ଦେଇଥାଏ ଏହାକୁ ରେପୋରେଟ୍‌ କୁହାଯାଏ। ସରଳ ଭାଷାରେ କହିବାକୁ ଗଲେ ଆପଣ ଯେଉଁ ବ୍ୟାଙ୍କରୁ ଋଣ ନେଉଛନ୍ତି, ସେହି ବ୍ୟାଙ୍କ ଯଦି କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ପାଖରୁ କମ୍ ସୁଧହାରରେ ଋଣ ଆଣିବ, ତେବେ ବ୍ୟାଙ୍କ ଆପଣଙ୍କୁ ମଧ୍ୟ କମ୍ ସୁଧରେ ଋଣ ପ୍ରଦାନ କରିବ।ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଜନତାଙ୍କୁ ସେତିକି ଫାଇଦା ମିଳିବ।


ରେପୋ ରେଟ୍‌ କମିଲେ ସାଧାରଣ ଲୋକଙ୍କୁ କ'ଣ ଫାଇଦା ମିଳିବ ?


ଏହାର ହ୍ରାସ ଯୋଗୁଁ, ଗୃହ ଋଣ, ବ୍ୟକ୍ତିଗତ ଋଣ ଏବଂ କାର ଋଣର EMI ହ୍ରାସ ପାଇବ। ଆରବିଆଇର ମୁଦ୍ରା ନୀତି କମିଟି ବୈଠକରେ, ରେପୋ ହାର ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି। ଅଧିକାଂଶ ଅର୍ଥନୀତିଜ୍ଞ ରେପୋ ହାରରେ 25 ବେସିସ୍ ପଏଣ୍ଟ ହ୍ରାସ ହେବାର ପୂର୍ବାନୁମାନ କରିଥିଲେ।