Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏପ୍ରିଲ ୭ ରୁ ଆରପିସି ବୈଠକ, ଶସ୍ତା ହୋଇ ପାରେ ବ୍ୟାଙ୍କର ସୁଧହାର

National

ଏପ୍ରିଲ ୭ ରୁ ଆରପିସି ବୈଠକ, ଶସ୍ତା ହୋଇ ପାରେ ବ୍ୟାଙ୍କର ସୁଧହାର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏପ୍ରିଲ ୭ ରୁ ଆରପିସି ବୈଠକ, ଶସ୍ତା ହୋଇ ପାରେ ବ୍ୟାଙ୍କର ସୁଧହାର

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ। ଆମେରିକା ଟାରିଫ ଘୋଷଣା କରିବା ପରେ ଏବଂ ଏହା ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ବୈଠକ ହେଉଥିବାରୁ ଏହା ଉପରେ ଅର୍ଥନୀତି ବିଶେଷଜ୍ଞଙ୍କର ନଜର ରହିଛି। ତେବେ ଏହି ବୈଠକରେ ଆରବିଆଇ କ'ଣ ନିଷ୍ପତ୍ତି ନେଉଛି ତାହା ଏପ୍ରିଲ ୯ ତାରିଖରେ ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ତାଙ୍କର ଏହା ଦ୍ବିତୀୟ ଏମପିସି ବୈଠକ। ଏହା ୫୪ ତମ ଏମପିସି ବୈଠକ ହୋଇଥିବାରୁ ଏହାକୁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।


ଅର୍ଥନୀତି ବିଶେଷଜ୍ଞଙ୍କ ଆକଳନ କରୁଛନ୍ତି, ଆରବିଆଇ ରେପୋ ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିପାରେ। ଫେବୃଆରୀରେ, ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ଏମପିସି ବୈଠକରେ ରେପୋରେଟ୍ ୨୫ ବେସିସ୍‌ ପଏଣ୍ଟ ହ୍ରାସ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରେପୋ ରେଟ୍‌ ହ୍ରାସ ହେଲେ କ'ଣ ହୁଏ -


ରେପୋ ହାର ହ୍ରାସ ଯୋଗୁଁ, ବ୍ୟାଙ୍କକୁ କମ ସୁଧ ହାରରେ ଋଣ ମିଳିଥାଏ। ଯାହା ଫଳରେ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ କମ୍ ସୁଧରେ ଋଣ ଦେଇଥାନ୍ତି। ବ୍ୟାଙ୍କ ଗୁଡିକ ସେମାନଙ୍କ ସୁଧହାର କମ୍ କରିଥାନ୍ତି। ସାଧାରଣ ଲୋକଙ୍କର ଇଏମଆଇ କମ୍ ହୋଇଥାଏ, କିମ୍ବା ଋଣର ଅବଧି ହ୍ରାସ ହୋଇଥାଏ। ବିଶେଷ କରି ରେପୋ ରେଟ୍‌ କମିବା ଦ୍ବାରା ଋଣ ଗ୍ରହିତା ଉପକୃତ ହୋଇଥାନ୍ତି। ଯଦି ଆପଣଙ୍କୁ ଘର କିମ୍ବା ଗାଡ଼ି କିଣିବା ପାଇଁ ଋଣ ଆବଶ୍ୟକ, ତେବେ ରେପୋ ହାର କମ୍ ଥିବାରୁ ଏହାର ସୁଧ ହାର ହ୍ରାସ ପାଇପାରେ।

Painting
Sponsored
RBI RPC meeting from April 7 | Argus News