Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁବଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା

National

ଖୁବଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା

Banajyotshna Ray
Browse all articles by Banajyotshna Ray
·1 year ago
ଖୁବଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା

Key Points

ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍

୧୯୭୦ ମସିହାରେ ପ୍ରଥମେ ଭାରତରେ ୨୦ ଟଙ୍କିଆ ନୋଟ ପ୍ରଚଳନ ହୋଇଥିଲା

ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ନୋଟରେ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତରେ ଜାରି ହେବ। ମହାତ୍ମା ଗାନ୍ଧି ସିରିଜରେ ଏହି ନୋଟ ପ୍ରଚଳନ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ସମସ୍ତ ୨୦ ଟଙ୍କିଆ ନୋଟ ସଚଳ ରହିବ ବୋଲି ବ୍ୟାଙ୍କ ସୂଚନା ଦେଇଛି। ୧୯୭୦ ମସିହାରେ ପ୍ରଥମେ ଭାରତରେ ୨୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା।


ପରବର୍ତ୍ତୀ ସମୟରେ ୪ ଥର ଏଥିରେ ପରିବର୍ତ୍ତନ କରାଯାଇଛି। ୧୯୯୦, ୨୦୦୦ ଏବଂ ୨୦୧୯ ମସିହାରେ ନୋଟ ଡିଜାଇନ ତଥା ସୁରକ୍ଷା ବୈଶିଷ୍ଟ୍ୟରେ ପରିବର୍ତ୍ତନ କରାଯାଇଛି। ୨୦୧୯ରେ ଜାରି ହୋଇଥିବା ୨୦ ଟଙ୍କିଆ ନୋଟ ବର୍ତ୍ତମାନ ପ୍ରଚଳିତ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
rbi-to-roll-out-new-rs-20-notes-with-governor-sanjay-malhotras-signature | Argus News