RCB ପାଇଁ ଦଳାଚକଟା ଘଟଣା, ଗିରଫ ହେଲେ ମାର୍କେଟିଙ୍ଗ ହେଡ୍

Key Points
ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଗିରଫ
ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ
ଗିରଫଙ୍କ ମଧ୍ୟରେ ୨ ଜଣ (RCB) ଅଧିକାରୀ ରହିଛନ୍ତି
ଗିରଫ ହେଲେ RCB ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ। ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ସେ ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ଗିରଫ ହୋଇଛନ୍ତି। ପୋଲିସ ଏହି ଘଟଣାକୁ ବହୁ ଗମ୍ଭୀରତାର ସହ ନେଇଛି। ମାମଲାର ତଦନ୍ତ ଏବେବି ଜାରି ରହିଛି। ପୋଲିସ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି। ଘଟଣା ପରେ, ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି।
ମାର୍କେଟିଙ୍ଗ ମୁଖ୍ୟଙ୍କ ସହ ଚାରି ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ୨ ଜଣ ଉଚ୍ଚ ପଦାଧିକାରୀ ଅଛନ୍ତି। ଅନ୍ୟ ୩ ଜଣଙ୍କ ମଧ୍ୟରେ ଇଭେଣ୍ଟ ମ୍ୟାନେଜମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ। ଦୁର୍ଘଟଣା ପରଠାରୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (KSCA)ର ୨ ଜଣ ଅଧିକାରୀ, ସଚିବ ଶଙ୍କର ଏବଂ କୋଷାଧ୍ୟକ୍ଷ ଜୟରାମ ଫେରାର୍ ଅଛନ୍ତି।
📱 Get Argus News App
✨ସୂଚନାଯୋଗ୍ୟ - ଜୁନ୍ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଦୀର୍ଘ ୧୭ ବର୍ଷର ପ୍ରତୀକ୍ଷା ପରେ ଟାଇଟିଲ୍ ହାତେଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ପରେ, ଜୁନ୍ ୪ ତାରିଖରେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବିଜୟୀ ଉତ୍ସବ ମନା ଯାଇଥିଲା। ଏଥିପାଇଁ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା।ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ କ୍ରିକେଟରମାନଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ।
ଏହି ସମୟରେ ହୋଇଥିବା ଭିଡରେ ଦଳାଚକଟା ହୋଇ ୧୧ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗାଲୁରୁ ପୋଲିସ ଏବଂ ଇନ୍ସପେକ୍ଟର ଜେନେରାଲଙ୍କ ଦ୍ୱାରା କର୍ଣ୍ଣାଟକ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି, କ୍ରିକେଟରଙ୍କୁ ଦେଖିବା ପାଇଁ ହୋଇଥିବା ଅପ୍ରତ୍ୟାଶିତ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା।