Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଢ଼ନ୍ତୁ ଆଜିର କିଛି ଗୁରୁତ୍ବପୂର୍ଣ୍ଣ ଖବର

Ritu Das
Browse all articles by Ritu Das
·1 year ago·2 min read
ପଢ଼ନ୍ତୁ ଆଜିର କିଛି ଗୁରୁତ୍ବପୂର୍ଣ୍ଣ ଖବର

Key Points

ପାରାଦୀପ ବନ୍ଦରର SPM ବର୍ଥରେ ଲାଗିଥିବା ଜାହାଜରେ 20ରୁ ଅଧିକ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା

୧- ପାରାଦୀପ ବନ୍ଦରର SPM ବର୍ଥରେ ଲାଗିଥିବା ଜାହାଜରେ 20ରୁ ଅଧିକ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା.....ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି.....ଜାହାଜରେ ତେଲ ଆସିଥିବା ଜଣାପଡ଼ିଛି....ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ
୨- ଆଜି ପୁଣି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ...ଅପରେସନ ସିନ୍ଦୂର’ ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ହେବ ସମୀକ୍ଷା ...କେନ୍ଦ୍ର ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ସାମିଲ ହେବେ ପ୍ରତିରକ୍ଷା ଓ ଗୁଇନ୍ଦା ଅଧିକାରୀ...କାର୍ଯ୍ୟାନୁଷ୍ଠାନର ଅଗ୍ରଗତି, ଗୁଇନ୍ଦା ସୂଚନାର ସ୍ଥିତି ସହ ଭବିଷ୍ୟତ ରଣନୀତି ଉପରେ ଆଲୋଚନା ସମ୍ଭାବନା
୩- ଅପରେସନ ସିନ୍ଦୂର ସଫଳତା ଭିତରେ ପଞ୍ଜାବ ଆଦମପୁର ଏୟାରବେସ୍‌ର ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ...ପାକିସ୍ତାନ ଓ ତାର ପୋଷା ଆତଙ୍କୀଙ୍କୁ 3ଟି ସୂତ୍ରରେ ନୂଆ ଭାରତର କଡ଼ା ଧମକ ଦେଲେ ମୋଦି...ଭାରତ ଉପରେ ଆତଙ୍କୀ ଆକ୍ରମଣ ହେଲେ ଘରେ ପଶି ମାରିବୁ...ନିଜ ଢଙ୍ଗରେ, ନିଜ ସର୍ତ୍ତରେ ଦେବୁ ଜବାବ...କୌଣସି ପରମାଣୁ ବ୍ଲାକମେଲ୍ ସହିବ ନାହିଁ ଭାରତ
୪- ଆତଙ୍କିସ୍ତାନକୁ ପୁଣି ମୋଦି ସରକାରଙ୍କ କଡ଼ା ବାର୍ତ୍ତା...ବେଆଇନ ଭାବେ କବଜା କରିଥିବା POKକୁ ଖାଲି କରୁ ପାକିସ୍ତାନ...ଜାମ୍ମୁ କାଶ୍ମୀର ସମ୍ପର୍କିତ ଯେ କୌଣସି କଥା ଭାରତ-ପାକସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ...ଆବଶ୍ୟକ ନାହିଁ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା କି ହସ୍ତକ୍ଷେପ.
୫- ଅପରେସନ୍ `ସିନ୍ଦୂର'କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା.....ଭୁବନେଶ୍ବରରେ ପରାକ୍ରମ ଶୋଭାଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.....ଭାରତୀୟ ସେନାକୁ ସଲାମ ଜଣାଇ ତ୍ରିରଙ୍ଗା ରାଲିର ଆୟୋଜନ..... ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଭାରତ ଶୌର୍ଯ୍ୟ ତ୍ରିରଙ୍ଗା ଯାତ୍ରା....
୬- ଆଜି ସୁପ୍ରମକୋର୍ଟରେ ହେବ ଦାରା ସିଂ ମୁକ୍ତି ମାମଲାର ଶୁଣାଣି...ବିଚାରପତି ମନୋଜ ମିଶ୍ରା ଓ ସଞ୍ଜୟ କରୋଲଙ୍କ ଖଣ୍ଡିପୀଠରେ ହେବ ଶୁଣାଣି... ୧୯ ମାର୍ଚ୍ଚ ପୂର୍ବ ଶୁଣାଣୀରେ ୬ ସପ୍ତାହ ସମୟ ମାଗିଥିଲେ ରାଜ୍ୟ ସରକାର...ମାମଲାକୁ ଗମ୍ଭୀରତାର ସହ ରାଜ୍ୟ ସରକାର ନେଇଥିବା କୋର୍ଟରେ କରିଥିଲେ ଉଲ୍ଲେଖ
୭- ରାଜା ଚକ୍ରଙ୍କର ବଢ଼ିଲା ଅଡୁଆ... ଶୁଆକାଟୀ ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଅଧିକ ତଦନ୍ତ ପାଇଁ ପହଞ୍ଚିଲା EOW ଟିମ୍ ...ଲୋଡିଂ ଏଜେନ୍ସିରୁ ରାଜାଚକ୍ର ନେଇଥିବା ଅର୍ଥ କେଉଁ କେଉଁ ସ୍ଥାନରେ ନିବେଶ କରିଛନ୍ତି, ତାର ସରଜମିନ୍ ତଦନ୍ତ ପାଇଁ ପୋଲସ, ବନ ବିଭାଗ ଓ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ନେଇ ଆରମ୍ଭ ହେଲା ଖୋଳତାଡ଼...
୮- ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି। ତାଙ୍କ ସୁରକ୍ଷା ତାଲିକାରେ ଏକ ବୁଲେଟପ୍ରୁଫ୍ ଗାଡ଼ିକୁ ଯୋଡ଼ାଯାଇଛି.....ପାକିସ୍ତାନ ଅପରେସନ ସିନ୍ଦୂର ପରେ ଭାରତରେ ଅନେକ ସ୍ଥାନକୁ ଆକ୍ରମଣ କରିବାର ପ୍ରୟାସ କରାଯାଉଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଯାଇଛି।
୯- ଆଜି ଭାରତର ୫୨ତମ ମୁଖ୍ୟ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିଛନ୍ତି ଜ‌ଷ୍ଟିସ୍‌ ଭୂଷଣ ରାମକୃଷ୍ଣ (ବିଆର୍‌) ଗଭାଇ......ସେ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଉନ୍ନୀତ ହେବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଦ୍ୱିତୀୟ ବିଚାରପତି ହୋଇଛନ୍ତି।
୧୦- ଭାରତର BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ । BSF ଯବାନ ପୂର୍ଣ୍ଣମ କୁମାର ସ'ଙ୍କୁ ଛାଡ଼ିଲା ପାକିସ୍ତାନ......ଦୀର୍ଘ ୨୦ ଦିନ ପରେ ଅଟାରୀ-ଓ୍ବାଘା ସୀମା ଦେଇ ସ୍ବଦେଶ ଫେରିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
read-some-important-news-of-today: National News | Argus News