ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ: ମନୋଜ ପାଣ୍ଡେ
·2 years ago·1 min read

ଅର୍ଗସ ବ୍ୟୁରୋ: ଏଲ୍ଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ‘ଭାରତ ଏବଂ ଭାରତ-ପ୍ରଶାନ୍ତ ମହାସାଗର: ବିପଦ ଏବଂ ଚ୍ୟାଲେଞ୍ଜ’ ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଏଲ୍ଏସି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଭିତ୍ତିଭୂମି ଏବଂ ସୈନ୍ୟଙ୍କ ଗତିବିଧି ଦୃଷ୍ଟିରୁ ଆଉ କ’ଣ ବିକାଶ ହେଉଛି ତାହା ମଧ୍ୟ ଦେଖିବାକୁ ପଡ଼ିବ। ବର୍ତ୍ତମାନ ଏଲ୍ଏସିରେ ସ୍ଥିତି କ’ଣ? ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଯଦି ମୁଁ ଏଲଏସିର ସ୍ଥିତି ବିଷୟରେ ସଂକ୍ଷିପ୍ତ ରେ କହିବି, ତେବେ ଏହା ସ୍ଥିର ଏବଂ ସମ୍ବେଦନଶୀଳ ।
ଏଲଏସିରେ ଭାରତୀୟ ସୈନ୍ୟ ଓ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ମୁତୟନ ବଢ଼ାଇ ଆମେ ବହୁତ ଦୃଢ଼ ସ୍ଥିତିରେ ଅଛୁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ଆମେ ସନ୍ତୁଳିତ କହିପାରିବା। ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: