Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କହିଦେଲେ ଦିଦି,ଛାଡିବେତ ମୁଖ୍ୟମନ୍ତ୍ରୀ ପଦ?

Sangram Tripathy
Browse all articles by Sangram Tripathy
·1 year ago·3 min read
କହିଦେଲେ ଦିଦି,ଛାଡିବେତ ମୁଖ୍ୟମନ୍ତ୍ରୀ ପଦ?


ଅର୍ଗସ ବ୍ୟୁରୋ :ଆନ୍ଦୋଳନ ଥମୁନି,ଟିଏମସି ସରକାରବିରୋଧି ସ୍ବର ଦେଶବ୍ୟାପି ତୀବ୍ର ହେଉଛି, ଟ୍ରେନିଂ ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଡାକ୍ତରଙ୍କ ସମେତ ମେହେନତି ଖଟିଖିଆ ମଣିଷ ରାଜରାସ୍ତାକୁ ଆସିଛନ୍ତି । ସ୍ଥିତି ଅଣାୟତ ହୋଇଛି, ମମତା ସରକାରଙ୍କ ପ୍ରତିଜନତାଙ୍କର ଭରଷା କମିଛି । ସେ ଭରଷାକୁ ବିଶ୍ବାସକୁ ଫେରାଇଆଣିବାକୁ,ଆନ୍ଦୋଳନକୁ ବାଟବଣା କରିବାକୁ ଟିଏମସି ସରକାର ରଚିଛନ୍ତିଚକ୍ରବ୍ୟହୁ ,ସେ ଏମିତି ସେମିତ ଚକ୍ରବ୍ୟହୁ ନୁହେଁ, ଜନତା ଚାହିଁଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଦିଦି ପ୍ରସ୍ତୁତ ଅଛନ୍ତି ବୋଲି କହୁଛନ୍ତି, ନୈତିକତା ଦୃଷ୍ଟିରୁ ଦିଦି ପଦ ଛାଡିବା କଥା,ହେଲେ ପଦ ନଛାଡି ଡିଣ୍ଡିମ ପିଟୁଛନ୍ତି କାହିଁକି। 

କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରୁନି ନ୍ୟାୟ ପାଇଁ ଲୁଚକାଳି ଖେଳଅଗଷ୍ଟ ୯ରୁ ସେପ୍ଟେମ୍ବର ୧୩ ଗୋଟିଏ ମାସରୁ ଉର୍ଦ୍ଦ ବିତିଛିଜନତା ପ୍ରଶ୍ନ କରିଛନ୍ତି,ନ୍ୟାୟ ଆଉ କେତେ ବାଟ ବୋଲି। ନ୍ୟାୟ ଦେବାରେ ଫେଲ୍ ମାରିଛନ୍ତି ଟିଏମସି ସରକାର,ଯେତେବେଳେ ବିରୋଧ ଉଗ୍ର ରୂପ ନେଇସାରିଛି କୋଲକାତାରେ ସ୍ଥିତି ଅଣାୟତ ହୋଇଛିନିଜର ଚୌକି ବଞ୍ଚାଇବାକୁ ଦିଦି ଜନତାଙ୍କ ଭରଷା ଜିତିବାକୁ ଦିଦି କରୁଛନ୍ତି ନାଟକ ସେ ଏମିତି ସେମିତି ନାଟକ ନୁହେଁ ପ୍ରତିକ୍ରିୟାରେ କହିଛନ୍ତି ଜନତା ଚାହିଁଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା ମଧ୍ୟ କରିଛନ୍ତି । ନୈତିକତା ଦୃଷ୍ଟିରୁ ଦିଦି ପଦ ନଛାଡି କେବଳ ଡିଣ୍ଡିମ  ପିଟୁଛନ୍ତି । ଯଦି ଖବରରର ତର୍ଜମା କରିବା କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ  ବିରୋଧରେ ନ୍ୟାୟ ପାଇଁ ଜୁନିୟରଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲା,ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଡାକିବା ପରେ ଡାକ୍ତରମାନେ ରାଜ୍ୟ ସଚ୍ଚିବାଳୟ ବାହାରେ ପହଞ୍ଚିଥିଲେ ବି ମିଟିଂ ହଲରେ ପ୍ରବେଶ କରିନଥିଲେ । ଏମିତିକି ଦିଦି ତାଙ୍କୁ ୨ ଘଂଟା ଧରି ଅପେକ୍ଷା କରିଥିଲେ ବି ବୈଠକ ସଫଳ ହୋଇପାରିନଥିଲା । ମିଟିଂ ନହୋଇପାରିବାରୁ ବିରକ୍ତ ହୋଇଥିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ, କିନ୍ତୁ ଡାକ୍ତର ଙ୍କ କଥା ମାନିନଥିଲେ ଦିଦି । ୩ ଥର ଚେଷ୍ଟା କରି ଦିଦି ଫେଲ୍ ମାରିଲେ ତଥାପି ଶୁଣିଲେନି ଡାକ୍ତର, ଆନ୍ଦୋଳନରତ ଡାକ୍ତର ମାନେ ଚାହୁଁଥିଲେ ଆଲୋଚନାର ସିଧାପ୍ରସାରଣ କରାଯାଉ ମାତ୍ର ଦିଦି ଚାହୁଁନଥିଲେ,କାରଣ ଖୋଲି ଯିବନି ତ ଦିଦିଙ୍କ ପୋଲ୍ ଚର୍ଚ୍ଚା ହେଉଛି ସଞ୍ଜୟ ରୟ ଏବଂ ସନ୍ଦିପ ଘୋଷଙ୍କ ସହ କୁଆଡେ ଟିଏମସିର ରହିଛି ଭିତିରି ସମ୍ପର୍କ । 


ଯେତେବେଳେ ସ୍ଥିତି ଅଣାୟତ ହେଲା ଆମେ ଡାକ୍ତରଙ୍କ ସହ ବୈଠକର ଭିଡିଓ ରେକର୍ଡିଂ ପାଇଁ ବ୍ୟବସ୍ଥା କରିପାରିବୁ। ଏହି ରେକର୍ଡିଂକୁ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ସେୟାର କରିପାରିବୁ ବୋଲି ମମତା କହିଲେ,ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ,ମାତ୍ର ତା ପଛରେ ରହିଛି ରାଜନୀତି । ଗାଦି ବଞ୍ଚାଇବାରରାଜନୀତି । ଆଗକୁ ବିଧାନସଭା ନିର୍ବାଚନ ବି ଆସୁଛି । ତେଣୁ ଯଦି ଏମିତି ସ୍ଥିତି ଲାଗିରହେ ତାହାଲେ ହାତରୁ ଚୌକି ଯିବାର ଡର ବି ରହିଛି ଦିଦିଙ୍କର । ତେଣୁ  ଆଲୋଚନା କରି ମାମଲାକୁ ଚପାଇଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି ।ଯଦି ପୂର୍ବରୁ ଦେଖିବା ଏ ଆନ୍ଦୋଳନ ଦେଶକୁ ଅନେକ ଶିକ୍ଷା ଦେଇଛି ସ୍ବାଧିନତା ଦେଇଛି,ବିଶ୍ବର ମଧ୍ୟ ପରିବର୍ତ୍ତନ ହୋଇଛି । ଯଦି ଦିଦି ମୁଖ୍ୟମନ୍ତ୍ରୀ ପଦ ଛାଡିବେ ତାହା ସମାଜକୁ ନେତାଙ୍କୁ ମଧ୍ୟ ଶିକ୍ଷା ଦେବ,ରାଜନୈତିରେ ନୈତିକତା ଶିକ୍ଷାର ଅଭାବ ଦେଖାଦେଇଛି,ଦିଦି ପଦ ଛାଡିଲେ ଏଥିରୁ ଅନେକ ଶିଖିବେ,ଖଟିଖିଆ ଯେତେବେଳେ ରାଜରାସ୍ତାକୁ ଆସିବେ
ଗୋଟିଏ ଆନ୍ଦୋଳନ ସମାଜକୁ ବଦଳାଇ ଦେବ । ନଚେତ ଯେତେବେଳେ ସଂଗ୍ରାମ ମହାସଂଗ୍ରାମରେ ପରିଣତ ହୋଇଯିବ ଯେତେବେଳେ ପୂର୍ବରୁ ଉଦାହରଣ ଅଛି ଦୀର୍ଘଦିନର କମ୍ୟୁନିଷ୍ଟ ସରକାରଙ୍କୁ ପଶ୍ଚିମବଙ୍ଗ ଜନତା ଗଡାଇ ଦେଇଥିଲେ,ମମତା ସରକାରଙ୍କ ଟିଏମସି ଦଳକୁ କ୍ଷମତାରୁ ହଟାଇବାକୁ ଲାଗିବନି ବେଶୀ ଦିନ 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ready to resign as Chief Minister: Mamata | Argus News