Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରିୟଲ ଲାଇଫର 'ଜବ୍ ଉଇ ମେଟ୍' କାହାଣୀ , ଜଣକୁ ଭେଟିବାକୁ ଯାଇ ଆଉ ଜଣଙ୍କୁ କଲେ ବିବାହ...

Swoyang prajna Mishra
Browse all articles by Swoyang prajna Mishra
·10 months ago·3 min read
ରିୟଲ ଲାଇଫର 'ଜବ୍ ଉଇ ମେଟ୍' କାହାଣୀ , ଜଣକୁ ଭେଟିବାକୁ ଯାଇ ଆଉ ଜଣଙ୍କୁ କଲେ ବିବାହ...

Key Points

ପ୍ଲାନ ମୁତାବକ ଉଭୟ ଭେଟ ହେବାପାଇଁ ସ୍ଥିର କରିଥିବା ଇନ୍ଦେର ଷ୍ଟେସନରେ ପହଞ୍ଚିଥିଲେ ଶ୍ରଦ୍ଧା । ସେଠାରେ ପହଞ୍ଚି ସାର୍ଥକଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ହେଲେ ଷ୍ଟେସନରେ ଆଉ ପହଞ୍ଚି ନଥିଲେ ସାର୍ଥକ ।

ନିଜ ପ୍ରେମିକକୁ ଭେଟିବା ପାଇଁ ଘରୁ ଫେରାର ହୋଇଥିଲେ ଶ୍ରଦ୍ଧା । ହେଲେ ଫେରିଲେ ଅନ୍ୟ ଜଣଙ୍କୁ ବିବାହ କରି । କାହାଣୀରେ ଥିଲେ ଏମିତି ଟ୍ଵିଷ୍ଟ, ଯାହା ଲାଗୁଥିଲା, ରିୟଲ ଲାଇଫର 'ଜବ୍ ଉଇ ମେଟ୍' କାହାଣୀ । ଯେଉଁଠି ପ୍ରେମ କାହାଣୀ ନେଇଥିଲା ଆଉ ଏକ ମୋଡ । ବଦଳିଯାଇଥିଲେ ଜୀବନସାଥି । ଆଉ ପ୍ରେମ ନୁହେଁ , ସିଧା ବିବାହ କରି ଫେରିଥିଲେ ।

କୁହାଯାଏ, ଯୋଡି ଉପରୁ ଲେଖାଯାଇଥାଏ । କିଏ କାହାର ପତି, କିଏ କାହାର ପତ୍ନୀ ହେବ ତାହା ପୂର୍ବ ନିର୍ଦ୍ଧାରିତ । ଜଣେ ଜଣଙ୍କୁ ଯେତେ ଚାହିଁଲେ ବି କେବେ ମିଳିପାରେନା, ଯଦି ସେ ତା'ର ଭାଗ୍ୟରେ ନଥାଏ । ବିବାହ ବେଦିରେ ବି ବାହାଘର ଭାଙ୍ଗିଯାଏ, ଯଦି ସେ ଜଣକ ତା ଭାଗ୍ୟରେ ଲେଖାନଥାଏ । ନିଜ ପ୍ରେମକୁ ପାଇବାକୁ ଯିଏ ଯେତେ ବାଧାବିଘ୍ନକୁ ଅତିକ୍ରମ କଲେ ମଧ୍ୟ , ଶେଷ ମୁହୁର୍ତ୍ତରେ ସବୁକିଛି ବଦଳି ଯାଏ ।

ଇନ୍ଦୋରର ରହୁଥିବା ଶ୍ରଦ୍ଧା ତିୱାରୀ ଦୀର୍ଘ ୧ ସପ୍ରାହ ଧରି ଘରୁ ଚାଲିଯାଇଥିଲେ । ବର୍ତ୍ତମାନର ବୟାନରୁ ଯାହା ସୂଚନା ମିଳିଛି, ସେ ନିଜର ବୟଫ୍ରେଣ୍ଡ ସାର୍ଥକଙ୍କୁ ବିବାହ କରିବାକୁ ଯାଇଥିଲେ । ହେଲେ ଗୋଟେ ସପ୍ତାହ ପରେ ଫେରିଥିଲେ କରନଙ୍କୁ ବିବାହ କରି । କାହାଣୀ ହିନ୍ଦୀ ଫିଲ୍ମ 'ଜବ ଉଇ ମେଟ' ର କାହାଣୀ ଭଳି ଲାଗୁଥିଲା ।

ଇନ୍ଦୋରର ଏମଆଇଜି (MIG) ଥାନା କ୍ଷେତ୍ରରେ ରହୁଥିବା ଶ୍ରଦ୍ଧା ନିଜର ପ୍ରେମିକ ସାର୍ଥକଙ୍କୁ ଘରୁ ଫେରାର ହୋଇ ବିବାହ କରିବାକୁ ପ୍ଲାନ କରିଥିଲେ । ପ୍ଲାନ ମୁତାବକ ଉଭୟ ଭେଟ ହେବାପାଇଁ ସ୍ଥିର କରିଥିବା ଇନ୍ଦେର ଷ୍ଟେସନରେ ପହଞ୍ଚିଥିଲେ ଶ୍ରଦ୍ଧା । ସେଠାରେ ପହଞ୍ଚି ସାର୍ଥକଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ହେଲେ ଷ୍ଟେସନରେ ଆଉ ପହଞ୍ଚି ନଥିଲେ ସାର୍ଥକ । ଫୋନ କରି ବିବାହ କରିବାକୁ ମନା କରିଦେଇଥିଲେ ସେ । ଏସବୁ ଶୁଣିବା ପରେ ଶ୍ରଦ୍ଧାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ସବୁ ସ୍ଵପ୍ନ , ସବୁ ଆଶା ମଉଳି ଯାଇଥିଲା ଶ୍ରଦ୍ଧାଙ୍କର । ଆଉ କିଛି ନଭାବି ସିଧା ଚଢି ଯାଇଥିଲେ ରତଲାମ୍ ଯାଉଥିବା ଟ୍ରେନରେ । ଆଉ ଓହ୍ଲାଇପଡି ବସିଥିଲେ ରତଲାମ ଷ୍ଟେସନରେ । ମନରେ ଉଠିଥିଲା ତାଙ୍କର ଅନେକ ଝଡ । ଘର ପରିବାରକୁ ଛାଡି ଯାହା ହାତ ଧରି ଘରକୁ ଫେରିବାକୁ ଆସିଥିଲେ , ସେ ତାଙ୍କ ହାତ ଧରିବାକୁ ବି ରାଜି ହୋଇନଥିଲେ ।ଏସବୁ ବସି ଭାବିବା ଭିତରେ ଭେଟ ହୋଇଥିଲେ କରଣଦୀପ । ସେ ଇନ୍ଦୋରରେ ଶ୍ରଦ୍ଧାଙ୍କ କଲେଜର ଇଲେକ୍ଟ୍ରିସିଆନ ଥିଲେ । ଶ୍ରଦ୍ଧାଙ୍କୁ ଏକୁଟିଆ ବସିଥିବାର ଦେଖି ପଚାରିଥିଲେ ତାଙ୍କ ହାଲଚାଲ୍ । ଶ୍ରଦ୍ଧାଙ୍କ ଠାରୁ ସବୁ ଶୁଣିବା ପରେ କହିଥିଲେ ତାଙ୍କୁ ପୁଣି ନିଜ ଘରକୁ ଚାଲିଯିବା ପାଇଁ ।


ହେଲେ ଶ୍ରଦ୍ଧା ଜିଦ୍ ଧରିଥିଲେ, ବାହା ନହେଲେ ସେ ନିଜ ଘରକୁ ଫେରିବେନି । ବାହା ହେବାପାଇଁ ହିଁ ସେ ଘରୁ ଚାଲି ଆସିଥିଲେ । କରନ ଅନେକ ବୁଝାଇବା ପରେ ଯେତେବେଳେ ଶ୍ରଦ୍ଧା ନିଜ ଜିଦ୍‌ରେ ଅଡି ବସିଥିଲେ, ସେତେବେଳେ କରନ୍ ନିଜେ ଶ୍ରଦ୍ଧାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ରାଜି ହୋଇଥିଲେ ଶ୍ରଦ୍ଧା । ଏହାପରେ ଉଭୟ ପାଖ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ କରନ୍‌ଙ୍କ ଘରେ ବିରୋଦ୍ଧର ଶିକାର ହେବାପରେ ଶ୍ରଦ୍ଧା ନିଜ ବାପାଙ୍କୁ ଫୋନ କରିଥିଲେ ଆଉ ଇନ୍ଦୋର ଆସିଥିଲେ ।

ସେଠାରେ ଶ୍ରଦ୍ଧା ଫେରାର ହେବାପରେ ଶ୍ରଦ୍ଧାଙ୍କୁ ନପାଇ ତାଙ୍କ ବାପା ମାଆ ପୋଲିସ୍‌ରେ ଖବର ଦେଇଥିଲେ । ତାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କୁ 51,000 ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଥିଲେ ତାଙ୍କ ପରିବାର । ଆଉ ତାଙ୍କର ଫଟୋକୁ ଘର ବାହାରେ ଓଲଟା ରଖିଥିଲେ । ସ୍ଥାନୀୟ ବିଶ୍ୱାସ ଅନୁସାରେ ଏହି ପୂଜା ନିଖୋଜ ବ୍ୟକ୍ତିମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରେ ।

ତେବେ ଏନେଇ ସାର୍ଥକଙ୍କୁ କର୍ତ୍ତୃପକ୍ଷ ପଚରାଉଚରା କରିଥିଲେ , କିନ୍ତୁ ସେ କହିଥିଲେ ଯେ ପରିବାରର ବିରୋଧ ଯୋଗୁଁ ସେ ପନ୍ଦର ଦିନ ଧରି ଶ୍ରଦ୍ଧାଙ୍କ ସହ ଯୋଗାଯୋଗରେ ନାହାଁନ୍ତି । ଏପଟେ ପରିବାରରେ ନିଜ ଝିଅକୁ ପାଇ ଶ୍ରଦ୍ଧାଙ୍କ ପରିବାର ଖୁବ ଖୁସି ଅଛନ୍ତି । ହେଲେ କରନଙ୍କର କୌଣସି ସ୍ଥାୟୀ ଚାକିରି ନଥିବାରୁ ସେମାନେ ପରସ୍ପର ସହ ବିବାହ କରି ରହିପାରିବେ କି ନାହିଁ, ସେ ନେଇ ତାଙ୍କ ପରିବାରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Real life 'Jab We Met' story in indore | Argus News