Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ 

National

Water Melon / ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଲାଲ ତରଭୁଜଠାରୁ ଦୁଇଗୁଣ ଅଧିକ ଲାଭଦାୟକ ହଳଦିଆ ତରଭୁଜ 

ନୂଆଦିଲ୍ଲୀ:  ସମର ସିଜନର  ଫଳମାନଙ୍କ ମଧ୍ୟରେ ରାଜା  ଆମ୍ବ।  ଆମ୍ବ ସହିତ ଅନ୍ୟ ଏକ ଫଳ ହେଉଛି  ତରଭୁଜ । ଯାହାକୁ  ମଧ୍ୟ ଲୋକେ ମାନେ ଖୁବ ପସନ୍ଦ  କରିଥାନ୍ତି।  ଲାଲ ତରଭୁଜ  ଯେଉଁଥିରେ ୯୦ ପ୍ରତିଶତ ରୁ ଅଧିକ  ଓ୍ୱାଟର କଣ୍ଟେଟ ରହିଥାଏ ଯାହା ଏହି ଗରମରେ  ଶରୀରରୁ   ଜଳୀୟ ଅଂଶ କମ ହେବାକୁ ଦେଇନଥାଏ।  ତେବେ ତରଭୁଜ ଏପରି ଏକ  ଫଳ ହୋଇଥାଏ  ଯାହାକୁ କିଣିବା ବେଳେ ଆମେ  ଫଳବାଲାକୁ ଗୋଟି ପ୍ରଶ୍ନ କରିଥାଉ ଯେ ଏହି ତରଭୁଜରୁ ନାଲି ବାହାରିବ ତ  ?  କିନ୍ତୁ ଥରେ ଭାବନ୍ତୁ  ତରଭୁଜ ଭିତରର ରଙ୍ଗ  ଲାଲ ପରିବର୍ତ୍ତେ ହଳଦିଆ ଆସିଗଲା ?  ହଁ  ଆଜ୍ଞା କିଛି ବର୍ଷ  ପର୍ଯ୍ୟନ୍ତ ଆପଣ ହଳଦିଆ ତରଭୁଜ କଥା ଶୁଣିଲେ ହସୁଥିଲେ।  ବୈଜ୍ଞାନିକମାନେ ହଳଦିଆ ରଙ୍ଗର  ତରଭୁଜର ଏକ କିସମ  ପ୍ରସ୍ତୁତ କରିଛନ୍ତି।  ଯାହା ଏବେ ଭାରତର  ବଜାରରେ ଉପଲବ୍ଧ।  ଏହି ଦିନମାନଙ୍କରେ  ଇଣ୍ଟରନେଟ୍‌ରେ ହଳଦିଆ ରଙ୍ଗର ତରଭୁଜ ଭାଇରାଲ ହେବାରେ ଲାଗିଛି।  

ଲାଲ ତରଭୁଜ ଠାରୁ ୨ଗୁଣା ଲାଭଦାୟକ ହଳଦିଆ ତରଭୁଜ 

କୁହାଯାଇଥାଏ ଯେ  ତରଭୁଜର ଚାଷ ସର୍ବ ପ୍ରଥମେ  ଆଫ୍ରୀକାରେ କରାଯାଇଥିଲା।  ସେହିପରି ହଜାର ବର୍ଷ ପୂର୍ବେ  ଏହାର ମଞ୍ଜି  ମିଳିଥିଲା।  ଯଦି ଭାରତରେ ତରଭୁଜ କଥା କହିବା  ତେବେ ମୁଗଲ ଶାସକ  ଏହି ମିଠାଳିଆ ଫଳକୁ ଭାରତ ଆଣିଥିଲେ।   ଯଦି ସ୍ୱାଦ କଥା କହିବା ତେବେ  ହଳଦିଆ  ତରଭୁଜ  ମଧ୍ୟ ଲାଲ ତରଭୁଜ ପରି ମିଠା ହୋଇଥାଏ।  କିନ୍ତୁ  ଯଦି  ହିତକାରୀ କଥା କହିବା ତେବେ ଲାଲ ତରଭୁଜ ଠୁ ହଳଦିଆ ତରଭୁଜ ୨ ଗୁଣା  ଲାଭଦାୟକ। ତରଭୁଜ ରଙ୍ଗରେ ଲାଇକୋପୀନ ନାମକ  କେମିକାଲ  ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।  ତେବେ ଏହି କେମିକାଲ ଲାଲ ତରଭୁଜରେ ମିଳିଥାଏ । କିନ୍ତୁ ହଳଦିଆ ତରଭୁଜରେ ଏହା ମିଳିନଥାଏ।  ଏହି କେମିକାଲ  ତରଭୁଜର ରଙ୍ଗକୁ ପରିବର୍ତ୍ତନ  କରିଦେଇଥାଏ । ହଳଦିଆ ତରଭୁଜ ଲାଲ ତରଭୁଚଜ ଅପେକ୍ଷା ଅଧିକ ମିଠା ହୋଇଥାଏ ।   ଏହାର ତୁଳନା ମହୁ ସହିତ କରାଯାଇଥାଏ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହଳଦିଆ ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ବିଟା କୈରୋଟିନ୍‌  ରହିଥାଏ

ତିନି ବର୍ଷ ପୂର୍ବରୁ  କର୍ଣ୍ଣାଟକର କୃଷକ  ହଳଦିଆ ତରଭୁଜର ଚାଷ  କରିଥିଲେ।  ହଳଦିଆ ତରଭୁଜରେ  ଭିଟାମିନ A  ଏବଂ C   ପ୍ରଚୁର ମାତ୍ରାରେ ମିଳିଥାଏ।  ହଳଦିଆ ତରଭୁଜରେ  ଲାଲ ତରଭୁଜ ଠାରୁ ଅଧିକ ଆଣ୍ଟିଅକ୍ସିଡେଣ୍ଟ ଏବଂ ବିଟା କୈରୋଟିନ୍‌  ମିଳିଥାଏ।  ବିଟା କୈରୋଟିନ୍‌ କ୍ୟାନ୍ସର ରୁ ରକ୍ଷା କରିଥାଏ।  ଏବଂ ଆଖିକୁ ଠିକ୍‌ ରଖିଥାଏ।  ତେବେ ଏହି ବିଟାକୈରୋଟିନ୍‌  କମଳା ଏବଂ ହଳଦିଆ ପନିପରିବାରେ ମିଳିଥାଏ ।  ଏଥିରେ କ୍ୟାଲୋରୀ କମ ଥାଏ।  ଯଦି ଆପଣଙ୍କୁ ଓଜନ କମ  କରିବାକୁ ଇଛା ତେବେ ଆପଣ ଆପଣଙ୍କ ଡାଏଟ୍ସରେ  ହଳଦିଆ  ତରଭୁଜକୁ ସାମିଲ କରନ୍ତୁ।

ଅଧିକ ପଢନ୍ତୁ ଭାରତ ଖବର 

Related Topics

Explore more stories

Sponsored
Water Melon | recipe have you eaten yellow watermelon benefits are twice that of red sweetness is such that even sugar fails | Argus News