୧୨ ଘଣ୍ଟାରେ ୧୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ , ୨୫ ଯାଏଁ ହେବ ବର୍ଷା

Key Points
ବେଙ୍ଗାଲୁରୁରରେ ବର୍ଷା ପରେ ଦୁର୍ଦ୍ଦଶା
ଲଗାତାର ୫ ଦିନର ବର୍ଷା ଯୋଗୁ ହୀନସ୍ତା ସହରବାସୀ
ଗତକାଲି ୧୨ ଘଣ୍ଟାରେ ୧୩୦ ମିମି ବର୍ଷା ରେକର୍ଡ
ବେଙ୍ଗାଲୁରୁରେ ବର୍ଷା ପରେ ଦୁର୍ଦ୍ଦଶା । ଲଗାତାର ୫ ଦିନର ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବେଙ୍ଗାଲୁରୁ ବାସୀ । ଗତକାଲି ୧୨ ଘଣ୍ଟାରେ ୧୩୦ ମିଲିମିଟର ବର୍ଷା ହୋଇଥିଲା । ରାସ୍ତାଘାଟରେ ପାଣି ଜମିବା ସହ ଘରେ ବି ପାଣି ପଶିଥିଲା । ଆସବାବପତ୍ର ପାଣିରେ ଭାସୁଛି । ଅଣ୍ଟାଏ ଉଚ୍ଚର ପାଣିରେ ପଶି ଲୋକମାନେ ଯାଆସ କରୁଛନ୍ତି । ଅନେକ ଆପାର୍ଟମେଣ୍ଟର ତଳ ମହଲାରେ ପାଣି ପଶିଯାଇଛି । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି ।
ଟ୍ରାକ୍ଟର, ଡଙ୍ଗାରେ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଏବେ ବି ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଏମିତି କି ଜାତୀୟ ରାଜପଥରେ ବି ପାଣି ଜମିବା ଯୋଗୁ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସିଲ୍କ ବୋର୍ଡ ମେଟ୍ରୋ ଷ୍ଟେସନଭିତରେ ପାଣି ପଶିଯାଇଛି । ପାଣିପାଗ ବିଭାଗର ଆକଳନ, ଆସନ୍ତା ୨୫ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏଥିପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
