Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି

Smruti Parija
Browse all articles by Smruti Parija
·1 year ago
ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି

ଅର୍ଗସ ବ୍ୟୁରୋ: ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି । ନଭେମ୍ବରରେ 38 ପ୍ରତିଶତ YEAR OVER YEAR ର ଅଭିବୃଦ୍ଧି । ଅକ୍ଟୋବରରେ ସର୍ବକାଳୀନ ରେକର୍ଡ କରିବା ପରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆଧାରିତ କାରବାର ଗତ ମାସରେ 15.48 ବିଲିୟନରେ ପହଞ୍ଚିଛି ଯାହା ଗତ ବର୍ଷ ତୁଳନାରେ 38 ପ୍ରତିଶତକୁ ବୃଦ୍ଧି କରିଛି । 

ଏହା ସହିତ ମୋଟ କାରବାର ରାଶିରେ 21.55 ଲକ୍ଷ କୋଟି ଟଙ୍କା ରହିଛି ଯାହା 24 ପ୍ରତିଶତ YoY ଅଭିବୃଦ୍ଧି ବୋଲି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ରିପୋର୍ଟରୁ ପ୍ରକାଶ । NPCI ତଥ୍ୟ ଅନୁଯାୟୀ, ନଭେମ୍ବରରେ ମୋଟ କାରବାର ପରିମାଣ 5.58 ଲକ୍ଷ କୋଟି ଟଙ୍କା ସହିତ ତୁରନ୍ତ ପେମେଣ୍ଟ ସର୍ଭିସ ବା ଆଇଏମପିଏସ  କାରବାର 408 ମିଲିୟନରେ ପହଞ୍ଚିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Record increase in UPI transactions in the country | Argus News