ପ୍ରବଳ ଛେଚୁଛି, ହାଇଆଲର୍ଟରେ ମାୟାନଗରୀ

Key Points
ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ
ବର୍ଷା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ସ୍ଥାନେ ସ୍ଥାନେ ଜଳବନ୍ଦୀ ସ୍ଥିତି, ଗମନାଗମନ ଠପ୍
ଲଗାଣ ବର୍ଷା ମାୟାନଗରୀ ଅସ୍ତବ୍ୟସ୍ତ। । ଲଗାତର ଦ୍ବିତୀୟ ଦିନରେ ପ୍ରବଳ ବର୍ଷାରେ ଉବୁଟୁବୁ ବାଣିଜ୍ୟ ନଗରୀ। ମହାରାଷ୍ଟ୍ରର ୧୫ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା ହେବା ସହ ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅନ୍ଧେରୀରେ ମାତ୍ରାଧିକ ବର୍ଷା କାରଣରୁ ସେଠାରେ ସବ ଓ୍ବେକୁ ବନ୍ଦ କରିଦିଆଯାଇଛି ।
ସେହିପରି ଚେମ୍ବୁରର ଏକ ହସ୍ପିଟାଲରେ ପାଣି ପଶିବାରୁ ସେଠାରେ ରୋଗୀଙ୍କୁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବର୍ଷା ପାଇଁ ମୁମ୍ବାଇରେ ବିମାନ ଓ ଟ୍ରେନ ଚଳାଚଳ ବି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯିବା ରାସ୍ତା ଜଳମଗ୍ନ ହୋଇଥିବାରୁ ଲୋକଙ୍କ ପାଇଁ ଏହା ସମସ୍ୟାର କାରଣ ପାଲଟିଛି।
📱 Get Argus News App
✨ଫଳରେ ହାଇ ଆଲର୍ଟରେ ରହିଛି ମୁମ୍ବାଇ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଫଳରେ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଛି । କେଉଁଠି ଗାଡି ପାଣିରେ ଭାସୁଛି ତ କେଉଁଠି ଗାଡି ଗୁଡିକ ବୁଡି ରହିଥିବା ଦେଖିବାକୁ ମିଳୁଛି । ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ବର୍ଷା ଯୋଗୁଁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।