Videos
|
National

ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

Rashmita Mishra
Browse all articles by Rashmita Mishra
·1 year ago·1 min read
ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

Key Points

ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ କୋଟିକୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି କରିନେଇଥିଲେ

ଦିଲ୍ଲୀର ଲାଲକିଲ୍ଲା ପରିସରରେ ଜୈନ ଧାର୍ମିକ କାର୍ଯ୍ୟକ୍ରମରୁ ପ୍ରାୟ ୧.୫ କୋଟି ଟଙ୍କା ମୂଲ୍ୟର ଦୁଇଟି ସୁନା 'କଳସ' ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରିଥିବା ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ହାପୁରରୁ ସୋମବାର ଦିନ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।


ସୂଚନାନୁଯାୟୀ ଅଭିଯୁକ୍ତ ଭୂଷଣ ବର୍ମା ଗତ ସପ୍ତାହରେ ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ ୧.୫ କୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି କରିନେଇଥିଲେ । ଜାତୀୟ ରାଜଧାନୀର ଲାଲକିଲ୍ଲା ଏକ ହାଇ ସିକ୍ୟୁରିଟି ଜୋନ। ଏଠାରେ ପ୍ରାୟତଃ କଡ଼ା ସିକ୍ୟୁରିଟି ଥାଏ। ଏହା ସତ୍ତ୍ୱେ ଲାଲକିଲ୍ଲା ପରିସରରୁ ଚୋରମାନେ ସୁନା କଳସ ଚୋରାଇ ନେଇଥିଲେ ।


ଚୋରି ହୋଇଥିବା କଳସର ଓଜନ ୭୫୦ ଗ୍ରାମ ଓ ଏହା ସୁଧ ସୁନାରେ ତିଆରି ହୋଇଥିଲା ବୋଲି କୁହାଯାଉଛି। ଏହି କଳସରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ପାନ୍ନା ଜଡିତ ହୋଇଥିଲା। ସୁନା କଳସ ଚୋରି ହୋଇଯାଇଥିବା ଜାଣିବା ପରେ ସେଠାକାର ଲୋକମାନେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଲାଲକିଲ୍ଲା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସନ୍ଦିଗ୍ଧର ଗତିବିଦ୍ଧି ରେକର୍ଡ କରିଥିଲେ ଓ ଅଧିକାରୀମାନେ ସନ୍ଦିଗ୍ଧକୁ ଚିହ୍ନଟ କରିବା ପରେ ବର୍ତ୍ତମାନ ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ ।


ପୋଲିସଙ୍କ କହିବାନୁସାରେ ଭକ୍ତମାନଙ୍କ ସହ ମିଶିବା ପାଇଁ ପାରମ୍ପରିକ ଧୋତି-କୁର୍ତ୍ତା ପିନ୍ଧିଥିବା ବର୍ମା ଜୈନ ସମ୍ପ୍ରଦାୟର ନୁହଁନ୍ତି। ତାଙ୍କ ବିରୁଦ୍ଧରେ ଅନେକ ପୋଲିସ ମାମଲା ମଧ୍ୟ ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ସେହି ଜିନିଷଗୁଡ଼ିକ ଜଣେ ବ୍ୟବସାୟୀ ଜୈନଙ୍କର ଥିଲା, ଯିଏ ସେଗୁଡ଼ିକୁ ପ୍ରତିଦିନ ପୂଜା ପାଇଁ ଆଣୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: