Videos
|
National

ଲାଲକିଲ୍ଲା ଜୈନ ମନ୍ଦିରକୁ ପୂଜାରି ହୋଇ ଆସିଲେ ଆଉ ଲୁଟିନେଲେ ୧କୋଟିର ସୁନା କଳସ

Ritu Das
Browse all articles by Ritu Das
·11 months ago·2 min read
ଲାଲକିଲ୍ଲା ଜୈନ ମନ୍ଦିରକୁ ପୂଜାରି ହୋଇ ଆସିଲେ ଆଉ ଲୁଟିନେଲେ ୧କୋଟିର ସୁନା କଳସ

Key Points

ଦିଲ୍ଲୀ ଲାଲକିଲ୍ଲା ପରିସରରୁ ଏକ ଆଶ୍ଚର୍ଯ୍ୟଜନକ ଚୋରି ଖବର ଆସୁଛି। ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ କୋଟିକୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି ହୋଇଯାଇଛି।

ଦିଲ୍ଲୀ ଲାଲକିଲ୍ଲା ପରିସରରୁ ଏକ ଆଶ୍ଚର୍ଯ୍ୟଜନକ ଚୋରି ଖବର ଆସୁଛି। ଲାଲକିଲ୍ଲା ବାହାରେ ଚାଲିଥିବା ଜୈନ ଧର୍ମର କାର୍ଯ୍ୟକ୍ରମରୁ କୋଟିକୋଟି ଟଙ୍କା ମୂଲ୍ୟର ହୀରା ଜଡିତ ସୁନା କଳସ ଚୋରି ହୋଇଯାଇଛି। ଜାତୀୟ ରାଜଧାନୀର ଲାଲକିଲ୍ଲା ଏକ ହାଇ ସିକ୍ୟୁରିଟି ଜୋନ। ଏଠାରେ ପ୍ରାୟତଃ କଡ଼ା ସିକ୍ୟୁରିଟି ଥାଏ। ଏହା ସତ୍ତ୍ୱେ ଲାଲକିଲ୍ଲା ପରିସରରୁ ଚୋରମାନେ ସୁନା କଳଶ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା କଳସର ଓଜନ ୭୫୦ ଗ୍ରାମ ଓ ଏହା ସୁଧ ସୁନାରେ ତିଆରି ହୋଇଥିଲା ବୋଲି କୁହାଯାଉଛି। ଏହି କଳଶରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଓ ପାନ୍ନା ଜଡିତ ହୋଇଥିଲା।


ଏହି ଚୋରି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ବ୍ୟବସାୟୀ ସୁଧୀର ଜୈନ ସବୁଦିନ ଭଳି ସେଦିନ ମଧ୍ୟ ପୂଜା ଲାଗି କଳଶ ନେଇ ଆସିଥିଲେ ଓ ସେହିଦିନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ପହଞ୍ଚିଥିଲେ। କୁହାଯାଉଛି ଓମବିର୍ଲାଙ୍କ ସ୍ୱାଗତ କାଳରେ ଅଞ୍ଚଳ ଜନାରଣ୍ୟ ହୋଇ ପଡିଥିଲା ଓ ସେହି ଭିଡ ମଧ୍ୟରେ କେହି ସୁନା କଳଶ ନେଇ ପଳାଇଛି। ଏହି ଘଟଣା ଗତ ମଙ୍ଗଳବାରର। ବ୍ୟବସାୟୀ ସୁଧୀର ଜୈନ କହିଛନ୍ତି ଯେ ଏହି କଳସଟି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଓ ସେ ତାକୁ ଧାର୍ମିକ ଭାବନାରେ ଗଢେଇଥିଲେ। ସୁନା କଳଶ ଚୋରି ହୋଇଯାଇଥିବା ଜାଣିବା ପରେ ସେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚିତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ଅନୁସାରେ ଲାଲକିଲ୍ଲା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସନ୍ଦିଗ୍ଧର ଗତିବିଦ୍ଧି ରେକର୍ଡ ହୋଇଛି ଓ ଅଧିକାରୀମାନେ ସନ୍ଦିଗ୍ଧକୁ ଚିହ୍ନଟ ମଧ୍ୟ କରିଛନ୍ତି। ଜୈନ ସମୂଦାୟର ଏହି ଅନୁଷ୍ଠାନ ଲାଲକିଲ୍ଲାର ୧୫ ଅଗଷ୍ଟ ପାର୍କରେ ଆୟୋଜିତ ହେଉଛି ଓ ଏଠାରେ ସେପ୍ଚେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସୁନା କଳସ ଚୋରି ଘଟଣାରେ ଜୈନ ସମୂଦାୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ସେମାନେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି। ତେବେ ମାମଲାର ଗହନ ଯାଞ୍ଚ ହେଉଥିବା ପୋଲିସ ଆଶ୍ୱାସନା ଦେଉଛି। ଏହି ମାମଲା ଯାଞ୍ଚରେ ସାମିଲ ଜନୈକ ଅଧିକାରୀ କହିଛନ୍ତି ଯେ ସୁନା କଳସ ଜବତ ନିମନ୍ତେ ଏବେ ଉଦ୍ୟମ ଜାରି ରହିଛି ଓ ଏଥିପାଇଁ ସନ୍ଦିଗ୍ଧକୁ ଧରିବାକୁ କେତେକ ଟିମ ଗଠନ ହୋଇଛି।

Priest Loots ₹1 Crore Gold Kalash from Red Fort Jain Temple | Argus News