Explosion Near Red Fort / ଲାଲକିଲ୍ଲା ନିକଟ ମେଟ୍ରୋ ଷ୍ଟେସନ୍ ବାହାରେ ବଡ଼ ବିସ୍ଫୋରଣ; ଜଣେ ମୃତ, ଜଳିଗଲା ୬ ଗାଡ଼ି
·4 months ago·2 min read

Key Points
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।
ତେବେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଛିଡ଼ା ହୋଇଥିବା କାର୍ରୁ ବିସ୍ଫୋରଣ ହେବା ସହ ପାଖରେ ଥିବା ଅନ୍ୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ତେବେ, କାର୍ରେ କୌଣସି ବିସ୍ଫୋଟକ ଥିଲା ନା କାର୍ର ସିଏନଜି (CNG) ଟାଙ୍କି ଫାଟି ବିସ୍ଫୋରଣ ହୋଇଛି ସ୍ପଷ୍ଟ ହୋଇ ନାହିଁ ।
ବିସ୍ଫୋରଣ ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚିଛି । ନିଆଁ ଲାଗିଥିବା ଗାଡ଼ି ଗୁଡ଼ିକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, "ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ମେଟ୍ରୋ ନିକଟରେ ରହୁଥିବା ଲୋକଙ୍କ ଘରର ଝରକା କାଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।"
ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ପରେ ଦିଲ୍ଲୀ-ଏନସିଆର୍ରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ ଆରମ୍ଭ କରିଛି । ଲାଲକିଲ୍ଲା ଅଞ୍ଚଳରେ ଦିଲ୍ଲୀ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ କେହି ନିଜକୁ ଦାୟୀ କରିନାହାନ୍ତି ।

#WATCH | Delhi: Multiple casualties have been brought to the LNJP hospital due to the blast near Gate No 1 of Red Fort Metro Station. Several people have been injured in the incident, sources tell ANI
— ANI (@ANI) November 10, 2025
(Visuals from the spot) pic.twitter.com/Utih8Qmq6U
ବିସ୍ଫୋରଣ ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ ସହ ପୋଲିସ ପହଞ୍ଚିଛି । ନିଆଁ ଲାଗିଥିବା ଗାଡ଼ି ଗୁଡ଼ିକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଚେଷ୍ଟା କରୁଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, "ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ମେଟ୍ରୋ ନିକଟରେ ରହୁଥିବା ଲୋକଙ୍କ ଘରର ଝରକା କାଚ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।"
ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣ ପରେ ଦିଲ୍ଲୀ-ଏନସିଆର୍ରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଛାନଭିନ୍ ଆରମ୍ଭ କରିଛି । ଲାଲକିଲ୍ଲା ଅଞ୍ଚଳରେ ଦିଲ୍ଲୀ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ କେହି ନିଜକୁ ଦାୟୀ କରିନାହାନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories