Videos
|
National

କୃଷକଙ୍କୁ ରାତାରାତି ମାଲାମାଲ କରି ଦେଲା ଗୋଟିଏ ଗଛ

Sushanta Sahoo
Browse all articles by Sushanta Sahoo
·1 year ago·2 min read
କୃଷକଙ୍କୁ ରାତାରାତି ମାଲାମାଲ କରି ଦେଲା ଗୋଟିଏ ଗଛ

କେତେବେଳେ କେମିତି କେଉଁଠି କାହା ଭାଗ୍ୟ ବଦଳି ଯିବ, କେହି ଜାଣି ନାହାନ୍ତି । ଏଇ ଯେମିତି ଗୋଟିଏ ଗଛ ବଦଳାଇ ଦେଇଛି ଜଣେ କୃଷକଙ୍କ ଭାଗ୍ୟ ଡୋରୀ । ରାତାରାତି ଜଣେ କୃଷକ କୋଟିପତି ହୋଇ ପାରିଛନ୍ତି ଗଛଟିଏ ପାଇଁ । ବିଶ୍ଵାସ ନ ହେଲେ ବି ଏମିତି କିଛି ହୋଇଛି ମହାରାଷ୍ଟ୍ରର ୟବତମାଳ ଜିଲ୍ଲାରେ । ବିଶାଳ ବୃକ୍ଷ ଯୋଗୁଁ ଲଟେରି ଲାଗି ଯାଇଛି ।


ପୁସଦ ତହସିଲ ଖୁର୍ସି ଗାଁର କୃଷକ ପୁଶତୈନି ସିନ୍ଦେଙ୍କ ଭାଗ୍ୟ ବଦଳାଇ ଦେଇଛି ୭ ଏକର ଜମିରେ ଥିବା ଗୋଟିଏ ରକ୍ତ ଚନ୍ଦନ ଗଛ । ୨୦୧୩-୧୪ ପର୍ଯ୍ୟନ୍ତ ସିନ୍ଦେଙ୍କ ପରିବାରକୁ ଜଣା ନଥିଲା ତାଙ୍କ ଜମିରେ ଥିବା ଗଛ ରକ୍ତ ଚନ୍ଦନ ପ୍ରଜାତିର । ସେହି ସମୟରେ ରେଲୱେର ଏକ ସର୍ଭେ ହୋଇଥିଲା, କର୍ଣ୍ଣାଟକରୁ ଆସିଥିବା ରେଲୱେ ଅଧିକାରୀ ରେଳ ମାର୍ଗ ନିରୀକ୍ଷଣ କରିବା ବେଳେ କହିଥିଲେ ଏହା ରକ୍ତ ଚନ୍ଦନ ଗଛ । ଆଉ ଏହାର ବଜାର ମୂଲ୍ୟ ବେଶ ଅଧିକ ।


ଏହା ପରେ ରେଲୱେ ସିନ୍ଦେଙ୍କ ଜମିକୁ ଅଧିଗ୍ରହଣ ତ କଲା କିନ୍ତୁ ଗଛର ମୂଲ୍ୟାୟନ ସମସ୍ତଙ୍କୁ ଚକିତ କରି ଦେଲା । ସିନ୍ଦେ ପରିବାର ବ୍ୟକ୍ତିଗତ ଭାବେ ଗଛର ମୂଲ୍ୟାୟନ କଲେ । ଯାହାର ବଜାର ମୂଲ୍ୟ ୪ କୋଟି ୯୭ ଲକ୍ଷ ଟଙ୍କା । ତେବେ ରେଲୱେ ଏହି ରାଶିକୁ ସ୍ଵୀକାର କରି ନଥିଲା । ଏହା ପରେ ସିନ୍ଦେଙ୍କ ପରିବାର ଅଦାଲତଙ୍କ ଦ୍ଵାରସ୍ଥ ହୋଇଥିଲେ ।


ମାମଲା ମୁମ୍ବାଇ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ପହଞ୍ଚିଲା । କୋର୍ଟ ମଧ୍ୟ ରେଲୱେକୁ ଗଛ ପାଇଁ ୧ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଲେ । ଏହା ପରେ ୫୦ ଲକ୍ଷ ଟଙ୍କା ସିନ୍ଦେ ପରିବାରର ଖାତାରେ ଜମା ପଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହ ଗଛର ପୁନଃ ମୂଲ୍ୟାୟନ କରି କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Red Sandalwood Tree Make Crorepati To A Farmer Of Maharashtra | Argus News