Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଦିନ ୧୧ ଟାରେ ଶପଥ ସମାରୋହ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଜି ଦିନ ୧୧ ଟାରେ ଶପଥ ସମାରୋହ

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ଗତକାଲି ଅପରାହ୍ନରେ ବସିଥିବା ବିଧାୟକ ଦଳ ବେୈଠକରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପରବେଶ ବର୍ମା। ନୂଆଦିଲ୍ଲୀ ଆସନରେ କେଜ୍ରିଓ୍ବାଲଙ୍କୁ ହରାଇଥିଲେ ପରବେଶ। ଆଜି ରାମଲୀଳା ମୈଦାନରେ ଦିନ ୧୧ ଟା ବେଳେ ଅନୁଷ୍ଠିତ ହେବ ଶପଥ ସମାରୋହ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।


ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ବିଜେପି ନୂଆଦିଲ୍ଲୀରେ ଶାସନ ଭାର ସମ୍ଭାଳିବାକୁ ଯାଉଛି। ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅତିଥି ଭାବେ ଯୋଗଦେବେ। ଉପରାଜ୍ୟ ପାଳ ଭି.କେ. ସକ୍ସସେନା ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଲିମାରବାଗ ବିଧାସଭା ଆସନରୁ ବିଜୟୀ ହୋଇଛନ୍ତି ରେଖା ଗୁପ୍ତା। ସେ ଏବେ ଦିଲ୍ଲୀ ବିଜେପିର ମହାସଚିବ ସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି। ପୂର୍ବରୁ ରେଖା ଦିଲ୍ଲୀ ନଗର ନିକଗମରେ ୩ ଥର କାଉନସିଲର ରହିଥିଲେ। ଦୀର୍ଘ ସମୟ ଧରି ଆରଏସଏସର ସକ୍ରିୟ ସଦସ୍ୟ ଅଛନ୍ତି ।


୧୯୯୪-୯୫ ମସିହାରେ ଦୌଲତ ରାମ କଲେଜର ସଚିବ ପରେ ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ। ଚଳିତ ନିର୍ବାଚନରେ ସେ ସାଲିମାରବାଗ ଆସନରୁ ଆମ ଆଦମି ପାର୍ଟି ବନ୍ଦନା କୁମାରୀଙ୍କୁ ୩୦ ହଜାର ଭୋଟରେ ପରାସ୍ତ କରିଥିଲେ। ଚଳିତ ନିର୍ବାଚନରେ ବିଜେପି ଦିଲ୍ଲୀର ୭୦ଟି ଆସନରୁ ୪୮ଟି ଆସନରେ ବିଜୟ ହୋଇ ସରକାର ଗଠନ କରିବାକୁ ଆଜି ଶପଥ ଗ୍ରହଣ କରିବ।

Sponsored
Rekha Gupta to take oath as Delhi Chief Minister today | Argus News