Videos
|
National

Reservation / ଅନ୍ୟ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ପଛୁଆ ବର୍ଗ ସଂରକ୍ଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି

Bikash Mohanty
Browse all articles by Bikash Mohanty
·1 hour ago·1 min read
ଅନ୍ୟ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ପଛୁଆ ବର୍ଗ ସଂରକ୍ଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି
Supreme Court

Key Points

ପଛୁଆ ବର୍ଗ ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ଅନ୍ୟଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ପଛୁଆ ବର୍ଗ ସଂରକ୍ଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି
ହିନ୍ଦୁ ସମାଜ ବ୍ୟବସ୍ଥା ଛାଡ଼ି ଅନ୍ୟ ଧର୍ମ  ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ମିଳିବନି ସଂରକ୍ଷଣ
ଚେନ୍ନାଇ,୧୫/୧୦: ଅନ୍ୟ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ପଛୁଆ ବର୍ଗ ସଂରକ୍ଷଣ ପାଇବାକୁ ଯୋଗ୍ୟ ନୁହଁନ୍ତି । ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ସମାଜ ବ୍ୟବସ୍ଥାରୁ ଅନ୍ୟ ଧର୍ମ ଗ୍ରହଣ କରିଥିବା ଜଣେ ବ୍ୟକ୍ତି ପଛୁଆ ବର୍ଗ ସଂରକ୍ଷଣ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ଜଷ୍ଟିସ ପି. କେ. ମିଶ୍ର ଏବଂ ଜଷ୍ଟିସ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ହିନ୍ଦୁ ସମାଜ ବ୍ୟବସ୍ଥାରୁ ଏକ ଅଣ-ହିନ୍ଦୁ ସମାଜ ବ୍ୟବସ୍ଥାକୁ ପରିବର୍ତ୍ତିତ ହୋଇଛନ୍ତି, ସେମାନେ ଏପରି ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ। ତାମିଲନାଡୁ ସରକାର ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁଥିରେ ସାତଟି ପଛୁଆ ବର୍ଗର ମୁସଲମାନ ସମ୍ପ୍ରଦାୟକୁ ସ୍ୱୀକୃତି ଦେଇଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Religion Conversion and Backward Class Reservation Eligibility | Argus News Odia