Religion / ମୋ ଧର୍ମକୁ ତଳେ ପକାଇ ମୋ ସହ ଏମିତି କଲେ

Key Points
ମୋର ଭୁଲ ଥିଲା ମୁଁ ମଥାରେ ସିନ୍ଦୂର ଟିକା ଲଗାଇଥିଲି ।
ମୋ ଧର୍ମକୁ ତଳେ ପକାଇ ମୋ ସହ ଏମିତି କଲେ ।
କ୍ଲାସ୍ ରୁମରେ ପଢ଼ା ଚାଲିଥିବା ବେଳେ ମୋତେ ସ୍କୁଲରୁ ବାହାର କରିଦେଲେ ।
ଭାରତରେ ସବୁ ଧର୍ମକୁ ଉଚିତ ସମ୍ମାନ ଦିଆଯାଏ । ଖୋଲା ଖୋଲି ଭାବରେ ବିଭିନ୍ନ ଧର୍ମର ବ୍ୟକ୍ତି ମାନେ ଭାରତରେ ବଞ୍ଚନ୍ତି । କିନ୍ତୁ ଜଣେ ଭାରତୀୟ ବଞ୍ଚି ପାରେ ନାହିଁ ନିଜର ହିନ୍ଦୁ ଧର୍ମକୁ ନେଇ । ସେଥିପାଇଁ ତ ଆଜି ଜଣେ ୮ ବର୍ଷର ଛାତ୍ର କ୍ଷେତ୍ରରେ ଭେଦଭାବ ଦେଖା ହୋଇଛି । ସେ ମଥାରେ ସିନ୍ଦୂର ଟିକା ଲଗାଇଥିଲେ ବୋଲି ତାଙ୍କୁ ସ୍କୁଲରୁ ବାହାର କରିଦିଆଯାଇଛି । କୁହାଯାଇଛି କି ତୁ ସ୍କୁଲରେ ପାଠ ପଢ଼ି ପାରିବୁ ନାହିଁ । ଆଗ ମଥାରୁ ଟିକାକୁ ଲିଭା। ତା'ପରେ ଯାଇ ସ୍କୁଲ ଭିତରେ ପ୍ରବେଶ କରିପାରିବୁ ।
ଜଣେ ସ୍କୁଲ ଛାତ୍ର କେମିତି ଭେବଭାବର ଶିକାର ହୋଇଛନ୍ତି । ଧର୍ମକୁ ନେଇ ସେ କିଛି ବି ବୁଝି ନାହାଁନ୍ତି । ଘରେ କେବଳ ତାଙ୍କ ମଥାରେ ସିନ୍ଦୁର ଟିକା ମାରି ଦେଇଥିଲେ। ଭଗବାନଙ୍କୁ ମୁଣ୍ଡିଆ ମାରି ସେ ସ୍କୁଲକୁ ଅସିଥିଲେ । କିନ୍ତୁ ସ୍କୁଲରେ ପହଞ୍ଚୁ ପହଞ୍ଚୁ ସେ ହିନ୍ଦୁ ଧର୍ମର ଟିକା ପାଇଁ ଭେବ ଭାବର ଶିକାର ହେଲେ।
ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଲଣ୍ଡନର ଏକ ସ୍କୁଲରେ । କୁନି ଛାତ୍ର ଜଣକୁ ଟିକା ପାଇଁ ଏତେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା ଶେଷରେ ତାଙ୍କୁ ସ୍କୁଲରୁ ବାହାର କରିଦିଆଗଲା। ମାନସିକ ଅଶାନ୍ତିରେ ରହୁଥିଲେ ଛାତ୍ର ଜଣକ । ତାଙ୍କୁ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସାଙ୍ଗା ସାଥି ମାନଙ୍କର କଟୁ କଥାର ସାମ୍ନା କରିବାକୁ ପଡ଼ୁଥିଲା। କୁନି ଛାତ୍ରଟିର ଭୁଲ କେବଳ ଏତିକି ଥିଲା କି ସେ ମଥାରେ ଟିକା ଲଗାଇଥିଲେ।
ସେପଟେ ଯଦି ଦେଖିବା ଛାତ୍ରଟିର ବାପା ମା' ଯାଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ କଥା ହୋଇଥିଲେ। କ'ଣ ପାଇଁ ତାଙ୍କ ଛୁଆକୁ ସ୍କୁଲରୁ ବାହାର କରାଗଲା ବୋଲି ପ୍ରଶ୍ନ କରିଥିଲେ। ପ୍ରଧାନଶିକ୍ଷକ କହିଥିଲେ କି ତୁମ ପୁଅ ସବୁବେଳେ ମଥାରେ ଟିକା ଲଗାଇ ଆସୁଛି। ଏଠାରେ କୌଣସି ଧର୍ମକୁ ପ୍ରୋତ୍ସାହନ ଦିଆଯାଇ ପାରିବ ନାହିଁ।
ସେପଟେ ବାପା ମାଙ୍କ ଅଭିଯୋଗ ହେଉଛି ଯେ ପିଲାଟିକୁ ତାଙ୍କ ଧାର୍ମିକ ବିଶ୍ୱାସ ଯୋଗୁଁ ସ୍କୁଲରେ ଦାୟିତ୍ୱ ପଦରୁ ବଞ୍ଚିତ କରାଯାଇଥିଲା। ଯାହା ୟୁକେ ସମାନତା ଆଇନ ୨୦୧୦ ଅନୁଯାୟୀ ଧାର୍ମିକ ଭେଦଭାବର ଉଲ୍ଲଂଘନ କରାଯଉଛି ।
📱 Get Argus News App
✨Related Topics
Explore more stories