Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାପ ସହ ବିତାଇଛନ୍ତି ୪୦ ଦିନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସାପ ସହ ବିତାଇଛନ୍ତି ୪୦ ଦିନ

ଅର୍ଗସ ବ୍ୟୁରୋ: ଯେବେ ବି ବିଷଧର ଜୀବ ବିଷୟରେ ଆଲୋଚନା କରାଯାଏ, ସେତେବେଳେ ସାପର ନାମ ସବୁଠାରୁ ଆଗରେ । ଯଦିଓ ସାପ କାହା ପ୍ରତି ଶତ୍ରୁତା ରଖେନାହିଁ, କିନ୍ତୁ ଯେତେବେଳେ ,ସେ ନିଜ ସୁରକ୍ଷା ପାଇଁ କାମୁଡେ, ସାମ୍ନାରେ ଥିବା ଲୋକର ଜୀବନ ନିହାତି ବିପଦପୂର୍ଣ୍ଣ ହୋଇଥାଏ। ଆଉ ଯଦି ଭୁଲରେ ବି ସାପ ଆମ ସାମ୍ନାକୁ ଆସି ଯାଏ। ତେବେ ଭୟରେ ସମସ୍ତେ ଦୌଡି ପଳାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମ୍ୟାଲେସିଆରେ ରହୁଥିବା ଜଣେ ଲୋକ ୯୯ଥର ତାକୁ ସାପ କାମୁଡିଥିଲା। ଯାହା ଆପଣ ଶୁଣିଲେ ତାହା ସତ।

ଏହି ବ୍ୟକ୍ତି ଜଣକ ୨୫ ବର୍ଷ ଧରି ସାପ ସହ ଖେଳୁଥିବା ସ୍କିଲ ଦେଖାଉଥିଲା। ଥରେ ସେହି ବ୍ୟକ୍ତି ଜଣକ କାଚର ଏକ ବକ୍ସରେ ପାଖାପାଖି ୫୦୦୦ ବିଛା ସହ ୨୧ ଦିନ ରହିଥିଲା। କେବଳ ଏତିକି ନୁହେଁ, ୪୦ ଦିନ ଧରି ୪୦୦ ସାପ ସହ ମଧ୍ୟ ରହିସାରିଛନ୍ତି।  ସେ ମଧ୍ୟରେ ୯୯ ଥର ସାପ କାମୁଡିବାର ମଧ୍ୟ ଜଣାପହିଛି। କିନ୍ତୁ କେବେ ବି ଏହା ଜୀବନ ନେଇନଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଗୋଟେ କିଙ୍ଗ କୋବ୍ରା କାମୁଡିବା ପରେ ହୋଇଥିଲା। ଥରେ ସେହି ବ୍ୟକ୍ତି ଜଣଙ୍କ ଫୋନରେ କଥା ହୋଇ ହୋଇ ବାହାରେ ବୁଲୁଥିଲେ, ତାଙ୍କୁ ହଠାତ ଗୋଟେ କିଙ୍ଗ କୋବ୍ରା କାମୁଡିଦେଇଥିଲା। ପରେ ଲୋକଟିର ମୃତ୍ୟୁ ହୋଇଯାଇଥିଲା।

ଅଧିକ ପଢ଼ନ୍ତୁୂ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Renowned snake charmer once spent 40 days locked inside room with 400 cobras | Argus News