Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର

National

ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର

Key Points

  • ନିଆରା ବାହାଘର 
  • ଯେଉଁଠି ଶାଶୂଘର ଯାଏ ପୁଅ
  • ଭାରତର ବାହାଘରକୁ ନେଇ ବିଶ୍ଵରେ ଚର୍ଚ୍ଚା 

ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜି ଲୋକମାନେ ପ୍ରଚଳିତ କରୁଛନ୍ତି । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମେଘାଳୟରୁ । ଯେଉଁଠି ଝିଅ ନୁହେଁ ବରଂ ପୁଅ ହିଁ ଯାଏ ଶାଶୂଘର । ଆମେ ସମସ୍ତେ ଜାଣିଛନ୍ତି ବାହାଘରର ମାନେ ଝିଅ ଶାଶୂଘରକୁ ଯିବ । ହେଲେ ଏଇଠି କାହିଁକି ପୁଅ ଶାଶୂଘରକୁ ଯାଉଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି ।

ଦେଶର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ । ପରମ୍ପରା ପାଇଁ ସେ ରାଜ୍ୟ ଏବେ ଭାରି ଚର୍ଚ୍ଚାରେ ।  ଖାସ କରି ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି । ଯେଉଁଥିରେ ବିବାହ ପରେ କନ୍ୟା ନୁହେଁ ବରଂ ବର ଶାଶୂ ଘରକୁ ଯାଏ । ଯାହା ଆମ ସମାଜରେ ହୁଏନି । କାରଣ ଆମ ଓଡ଼ିଆ ଘରର ଚଳଣିରେ ଶାଶୂଘରକୁ ଝିଅ ଯିବାର ପ୍ରଥା ରହିଛି । ତେଣୁ ବାହାଘରକୁ କନ୍ୟାଦାନ ବୋଲି କୁହାଯାଏ । ହେଲେ ଏବେ ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି ମେଘାଳୟରେ । କାରଣ ମେଘାଳୟରେ କନ୍ୟା ନୁହେଁ ବର ହିଁ ଶାଶୂଘରକୁ ଯିବାର ପ୍ରଥା ଚାଲିଆସିଛି ।

ଖାସି ଜନଜାତି । ପୂର୍ବରୁ କେବେ ନାଁ ଶୁଣିଥିବେ କି ନାହିଁ ? ହେଲେ ମେଘାଳୟରେ ଏହି ଜନଜାତି ବେଶ ଚର୍ଚ୍ଚାରେ । କାରଣ ପୁଅଙ୍କ ଅପେକ୍ଷା ଝିଅଙ୍କୁ ସେଠାରେ ବେଶୀ ଗୁରୁତ୍ଵ ଦିଆଯାଉଛି । ପୂର୍ବ ମେଘାଳୟରେ ରହୁଥିବା ଏହି ଜନଜାତି ମାଟ୍ରିଲାଇନ୍ ସିଷ୍ଟମ୍ ଅଧୀନରେ କାମ କରନ୍ତି । ଅର୍ଥାତ୍, ମାଆଙ୍କର ସମ୍ପତ୍ତି ପୁଅ ପରିବର୍ତ୍ତେ ତାଙ୍କ ଝିଅକୁ ହସ୍ତାନ୍ତର କରାଯାଏ । ଖାସି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅଧିକାର ଉପଭୋଗ ବି କରନ୍ତି । ଯାହା ଭାରତରେ ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖାସି ଝିଅମାନେ ନିଜ ଜୀବନ ସାଥୀ ବାଛିବା ପାଇଁ ସ୍ୱାଧିନତା ପାଇଥାଆନ୍ତି । ଏମିତିକି ଝିଅମାନେ ପୁଅ ଘରକୁ ପ୍ରସ୍ତାବ ଦେଇଥାଆନ୍ତି । କିଏ କିଏ କୁହନ୍ତି ପୁଅ ଘର ପକ୍ଷରୁ ଯୌତୁକ ବି ଝିଅ ଘରକୁ ମିଳେ । ଅବଶ୍ୟ ଏହା କେତେ ସତ, କେତେ ଗପ ସେନେଇ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏଠାରେ କହିରଖୁଛୁ କି, ଭାରତରେ ଖାସି ଜନଜାତିର ମୋଟ ଜନସଂଖ୍ୟା ୧୪ ଲକ୍ଷ ୨୭ ହଜାର ୭୧୧ ରେ ପହଞ୍ଚିଲାଣି କିନ୍ତୁ ସେମାନଙ୍କ ଭିନ୍ନ ପରମ୍ପରା ପାଇଁ ସେମାନେ ଏବେ ବି ଚର୍ଚ୍ଚାରେ ।
 

Sponsored
Special Marriage | Argus News