Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରମିକଙ୍କୁ ପାଖକୁ ପାଇପ୍‌ ଯୋଗେ ଖାଦ୍ୟ, ଅମ୍ଲଜାନ ପଠାଯାଉଛି

Manini Pattanayak
Browse all articles by Manini Pattanayak
·2 years ago·1 min read
ଶ୍ରମିକଙ୍କୁ  ପାଖକୁ ପାଇପ୍‌ ଯୋଗେ ଖାଦ୍ୟ, ଅମ୍ଲଜାନ ପଠାଯାଉଛି

 ନୂଆଦିଲ୍ଲୀ: ଉତ୍ତରକ‌ାଶୀରେ ଭୁଶୁଡ଼ିଥିବା ନିର୍ମାଣଧୀନ ଟନେଲ୍‌ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲ ଭିତରେ 40 ଜଣ ଶ୍ରମିକ ଫସି ରହିଥିବା କୁହାଯାଉଛି। ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌  ସହ ପୋଲିସ୍‌ ନିୟୋଜିତ ହୋଇଛନ୍ତି। ଶନିବାର ରାତିରୁ ଉଦ୍ଧାର ଅପରେସନ ଜାରି ରହିଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୨ରୁ ୩ ଦିନ ସମୟ ଲାଗିବ ବୋଲି କହିଛିନ୍ତି ଉତ୍ତରକ‌ାଶୀର ଏସପି ଅରପାନ ଯାଦୁଭାନ୍ସି ।

ନିର୍ମାଣାଧୀନ ଟନେଲ୍‌ଟି ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କ୍ୟାରାରୁ ଦଣ୍ଡାଲ୍‌ଗାଓଁକୁ ସଂଯୋଗ କରୁଛି । ଟନେଲ ତିଆରି  ଆରମ୍ଭ ହୋଇଥିବା ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଆଗରେ ଏହା ଭୁଶୁଡ଼ି ପଡ଼ିଥିଲା ।
 ଫସି ରହିଥିବା ଶ୍ରମିକଙ୍କ ପାଇଁ ଟନେଲ ଭିତରେ ଅକ୍ସିଜେନ ସିଲିଣ୍ଡର ପଠାଯାଇଛି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Rescue efforts are currently underway to save 40 workers after 200 metres of an under-construction tunnel in Uttarkashi collapsed on Sunday. | Argus News