Videos
|
National

ଉତ୍ତରକାଶୀର ଧରାଲୀରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ଉତ୍ତରକାଶୀର ଧରାଲୀରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

Key Points

ମାଟି କାଦୁଅ ଓ ଅତଡା ତଳୁ ଖୋଜା ଚାଲିଛି ଜୀବନ। ଏ ଭିତରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ଧରାଲିରେ ବାଦଲ ଫଟା ବର୍ଷା ପରେ ଆସିଥିବା ବନ୍ୟାରେ ଭାସି ଯାଇଥିଲା ଲିମଚିଗଡ଼ ବ୍ରିଜ।

ଉତ୍ତରକାଶୀର ଧରାଲୀରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। ମାଟି କାଦୁଅ ଓ ଅତଡା ତଳୁ ଖୋଜା ଚାଲିଛି ଜୀବନ। ଏ ଭିତରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ଧରାଲିରେ ବାଦଲ ଫଟା ବର୍ଷା ପରେ ଆସିଥିବା ବନ୍ୟାରେ ଭାସି ଯାଇଥିଲା ଲିମଚିଗଡ଼ ବ୍ରିଜ। ବର୍ତ୍ତମାନ ସେଠାରେ ଆଉ ଏକ ବ୍ରିଜ ନିର୍ମାଣ କରାଯାଉଛି। ଆସନ୍ତା କିଛି ଘଣ୍ଟା ଭିତରେ ଏହି ବଲିୟା ବ୍ରିଜ୍ କାର୍ଯ୍ୟକ୍ଷମ ହେବ।


ଏହା ସହିତ ହର୍ଶାଲୀ, ଧରାଲିର ଅନେକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚି ସାରିଥିବା ବେଳେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଉଛି। ସେପଟେ ଉତ୍ତରକାଶୀରେ ବର୍ତ୍ତମାନ ମଧ୍ୟ ହର୍ଶିଲ ଓ ଧରାଲିରୁ ହେଲିକପ୍ଟରେ ଯୋଗେ ଲୋକଙ୍କୁ ସ୍ଥାନନ୍ତର ପ୍ରକ୍ରିୟା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rescue work is still ongoing in Dharali, Uttarkashi | Argus News