Videos
|
National

ମଧ୍ୟବିତ୍ତଙ୍କୁ ମିଳିପାରେ ଆଉ ଏକ ବଡ଼ ଆଶ୍ଵସ୍ତି, ରେପୋ ରେଟ୍ ହ୍ରାସ୍ କରିପାରେ RBI

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମଧ୍ୟବିତ୍ତଙ୍କୁ ମିଳିପାରେ ଆଉ ଏକ ବଡ଼ ଆଶ୍ଵସ୍ତି, ରେପୋ ରେଟ୍ ହ୍ରାସ୍ କରିପାରେ RBI

Key Points

ଆଶା କରାଯାଉଛି, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବୈଠକରେ ବଡ଼ ନିଷ୍ପତ୍ତି ମଧ୍ୟରେ ରେପୋ ରେଟ୍ କମାଇବା ନେଇ ଘୋଷଣା କରିପାରେ ।

ଅର୍ଗସ ବ୍ୟୁରୋ: ଟିକସ ପରେ ମଧ୍ୟବିତ୍ତଙ୍କୁ ମିଳିପାରେ ଆଉ ଏକ ବଡ଼ ଆଶ୍ଵସ୍ତି । ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍‌କୁ ନେଇ ନେଇପାରେ ବଡ଼ ନିଷ୍ପତ୍ତି । ଆଶା କରାଯାଉଛି, ଆରବିଆଇ ରେପୋ ରେଟ୍ ହ୍ରାସ କରିବ । ଏମିତି ହେଲେ ଆପଣଙ୍କ ଲୋନ୍ ଇଏମ୍‌ଆଇ କମିବ । ଏଥିସହ ଫିକ୍ସଡ୍ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ ଆସିବ ।


ଆରବିଆଇର ମନିଟାରୀ ପଲିସି ବୈଠକ ବୁଧବାର ଠାରୁ ଚାଲିଛି । ଏହି ବୈଠକରେ ରେପୋ ରେଟ୍, ଦରବୃଦ୍ଧି ଓ ଜିଡିପିକୁ ନେଇ ଆଲୋଚନା ହେଉଛି । ଆଶା କରାଯାଉଛି, ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବୈଠକରେ ବଡ଼ ନିଷ୍ପତ୍ତି ମଧ୍ୟରେ ରେପୋ ରେଟ୍ କମାଇବା ନେଇ ଘୋଷଣା କରିପାରେ ।


ଯଦି ଆରବିଆଇ ରେପୋ ରେଟ୍ ହ୍ରାସ କରେ ତ ଏହା ୫ ବର୍ଷ ପରେ କମିବ । ମନିଟାରୀ ପଲିସି ବୈଠକର ନିଷ୍ପତ୍ତି ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦିନ ୧୦ଟାରେ ଘୋଷଣା କରିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେତେ କମିପାରେ ସୁଧହାର ?


ବିଶେଷଜ୍ଞଙ୍କ ଅନୁସାରେ, ମଧ୍ୟବିତ୍ତଙ୍କୁ ଆଶ୍ଵସ୍ତି ଦେବାକୁ ଯାଇ କେନ୍ଦ୍ରୀୟ ବ୍ୟାଙ୍କ ହ୍ରାସ କରିପାରେ ରେପୋ ରେଟ୍ । ରେପୋ ରେଟ୍ ୨୫-୫୦ ବେସିସ୍ ପଏଣ୍ଟ କମିପାରେ । ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ ଯାଇ ଏହି ନିଷ୍ପତ୍ତି ନେଇପାରେ ଆରବିଆଇ । ରେପୋ ରେଟ୍ ଖସିଲେ, ଆପଣ ଦେଉଥିବା ଇଏମ୍‌ଆଇ ମଧ୍ୟ କମିବ ।


ଏହା ପୂର୍ବରୁ ୨୦୨୦ ମେ ମାସରେ ଆରବିଆଇ ରେପୋ ରେଟ୍ କମାଇଥିଲା । ସେବେଠୁ ପ୍ରାୟ ୫ ବର୍ଷ ହେଲାଣି ରେପୋ ରେଟ୍ ହ୍ରାସ ପାଇନି । ସେବେଠୁ ରେପୋ ରେଟ୍ ବଢ଼ି ୨୦୨୩ ଫେବ୍ରୁଆରୀରୁ ୬.୫ ପ୍ରତିଶତରେ ସ୍ଥିର ରହିଛି ।

Reserve Bank Of India May Cut Repo Rate | Argus News