Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NDA Meeting: ମୋଦିଙ୍କୁ ମାଳ ପିନ୍ଧାଇ ସ୍ୱାଗତ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
NDA Meeting: ମୋଦିଙ୍କୁ ମାଳ ପିନ୍ଧାଇ ସ୍ୱାଗତ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ !

Key Points

ଅପରେସନ ସିନ୍ଦୂରର ସଫଳତା ପାଇଁ ପିଏମ୍ ମୋଦିଙ୍କୁ ଏନଡିଏ ସାଂସଦମାନେ ସମ୍ମାନିତ କରିଥିଲେ ।

ବୈଠକରେ ଅପରେସନ ସିନ୍ଦୂର ଓ ଅପରେସନ ମହାଦେବ ଉପରେ ପ୍ରସ୍ତାବ ପାରିତ ହୋଇଛି ।

ନୂଆଦିଲ୍ଲୀ ସଂସଦ ଭବନ ଅଡିଟୋରିୟମରେ NDA ସଂସଦୀୟ ଦଳ ବୈଠକ । ବୈଠକରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ବୈଠକରେ ପହଞ୍ଚିବାବେଳେ ଏନଡିଏ ସାଂସଦମାନେ ହର ହର ମହାଦେବ ଓ ଭାରତ ମାତା କୀ ଜୟ ଧ୍ୱନିର ସହ ତାଙ୍କୁ ସ୍ୱାଗତ କରିଥିଲେ । ଅପରେସନ ସିନ୍ଦୂରର ସଫଳତା ପାଇଁ ପିଏମ୍ ମୋଦିଙ୍କୁ ଏନଡିଏ ସାଂସଦମାନେ ସମ୍ମାନିତ କରିଥିଲେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କୁ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଏନଡିଏର ମହିଳା ସାଂସଦମାନେ ଏହି ବୈଠକର ଆଗଧାଡ଼ିରେ ବସିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପରିଜନଙ୍କ ପ୍ରତି ସମବେଦନା ବ୍ୟକ୍ତ କରାଯାଇଥିଲା । ନୂଆ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚୟ କରାଯାଇଥିଲା । ବୈଠକରେ ଅପରେସନ ସିନ୍ଦୂର ଓ ଅପରେସନ ମହାଦେବ ଉପରେ ପ୍ରସ୍ତାବ ପାରିତ ହୋଇଛି ।

ଏନଡିଏର ଏହି ବୈଠକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ବିଜେପି ନେତୃତ୍ୱାଧୀନ ମେଣ୍ଟ ୨୧ ଅଗଷ୍ଟ ସୁଦ୍ଧା ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ୨୧ ଅଗଷ୍ଟ ନାମାଙ୍କନ ଦାଖଲର ଶେଷ ଦିନ ।


ସେହିଦିନ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ସରିବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଏବେ ସଂସଦରେ ଅଚଳାବସ୍ଥା ଜାରି ରହିଥିବାରୁ ମଧ୍ୟ ଏନଡିଏର ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ। ସଂସଦରେ ହଙ୍ଗାମା କରିଥିବା ବିରୋଧୀଙ୍କ ମୁକାବିଲା ଲାଗି ବୈଠକରେ ପ୍ରସ୍ତୁତ ହୋଇପାରେ ରଣନୀତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ରେକର୍ଡ ବୁକରେ ଅମିତ ଶାହଙ୍କ ନାଁ। ଅମିତ ଶାହ ହାସଲ କରିଛନ୍ତି ନୂଆ କୀର୍ତ୍ତିମାନ। ଦେଶର ଗୃହମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ରେକର୍ଡ ଅମିତ ଶାହଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ୨୨୫୮ ଦିନ ହେଲା କାର୍ଯ୍ୟ କରୁଛନ୍ତି। ୨୦୧୯ ମେ’ ୩୦ରେ ସେ ପ୍ରଥମଥର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ସେ ଏହି ପଦରେ ରହିଛନ୍ତି।


ତାଙ୍କ ଠାରୁ ଅଧିକ ଦିନ ଦେଶର କୌଣସି ରାଜନେତା ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରି ନାହାନ୍ତି। ପୂର୍ବରୁ ସର୍ବାଧିକ ଦିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିବାର ରେକର୍ଡ ବିଜେପି ଭେଟରାନ ଲାଲ କୃଷ୍ଣ ଆଡଭାନୀଙ୍କ ନାଁରେ ଥିଲା। ଏବେ ଆଡଭାନୀଙ୍କୁ ପଛରେ ପକାଇ ଦେଇଛନ୍ତି ଅମିତ ଶାହ।

Sponsored