Videos
|
National

ଇନଷ୍ଟାଗ୍ରାମରୁ ଡିଲିଟ ହୋଇଥିବା ଭିଡିଓକୁ ନେଇ ଚିନ୍ତା କି? ଜାଣନ୍ତୁ ଟ୍ରିକ୍‌...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇନଷ୍ଟାଗ୍ରାମରୁ ଡିଲିଟ ହୋଇଥିବା ଭିଡିଓକୁ ନେଇ ଚିନ୍ତା କି? ଜାଣନ୍ତୁ ଟ୍ରିକ୍‌...

ଅର୍ଗସ ବ୍ୟୁରୋ:  ଡିଲିଟ ହୋଇଯାଇଥିବା ଭିଡିଓ ପାଇବେ କେମିତି ତାକୁ ନେଇ ଚିନ୍ତା କରୁଛନ୍ତି କି ? ସେ ପୁଣି ଇଷ୍ଟାଗ୍ରାମରୁ। ଆଜ୍ଞା ହଁ, ଏମିତି ଏକ ଟ୍ରିକ ରହିଛି ଯାହାକୁ ଆପଣ ବ୍ୟବହାର କରି ନିଜର ଭିଡିଓ ହେଉ ଅବା ଡିଲିଟ ହୋଇଥିବା ଫଟୋ ଫେରିପାଇବେ। ବର୍ତ୍ତମାନ ଦୁନିଆରେ କୋଟି କୋଟି ଲୋକେ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି ।  ୟୁଜର୍ସ ନିଜ ଲାଇଫର ମେମରୀକୁ ନିଜ ଫଲୋର୍ସଙ୍କ ପାଇଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରନ୍ତି । ବେଳେ ବେଳେ ଭୁଲରେ ୟୁଜର୍ସ ନିଜର କୌଣସି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦିଅନ୍ତି ଏବଂ ଆପଣ ଏଥିପାଇଁ ଚିନ୍ତିତ ହୋଇପଡନ୍ତି । 

ଇନଷ୍ଟାଗ୍ରାମରେ ଏକ ଆପ ରହିଛି Your Activity ର ଅପସନ ମିଳିବ ।  ଆପଣଙ୍କୁ  Recently deleted ଏବଂ Removed and archived Content ଦେଖିବାକୁ ମିଳିବ । Recently deleted ଉପରେ ଟ୍ୟାପ କରି ଡିଲିଟ ହୋଇଥିବା ଫଟୋ ବା ଭିଡିଓକୁ ଆପଣ ପୁନଶ୍ଚ ରିଷ୍ଟୋର କରିପାରିବେ ।ଆପଣ ଡିଲିଟ କରିଥିବା ଫଟୋ କିମ୍ବା ଭିଡିଓ ୩୦ ଦିନ ପର୍ଯ୍ୟନ୍ତ ରହିବ । ଏହାପରେ ଆପେ ଆପେ ଡିଲିଟ ହୋଇଯିବ । ତେଣୁ ଫଟୋ କିମ୍ବା ରିଲ୍ସ ଡିଲିଟ ହେବାର ୩୦ ଦିନ ମଧ୍ୟରେ ରିକୋଭର କରନ୍ତୁ । ଏହିପରି ଭାବରେ ଆପଣଙ୍କର ଡିଲିଟ ହୋଇଥିବା ଭିଡିଓ ଏବଂ ଫଟୋ ଫେରିପାଇବେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Restore content you've deleted from your Instagram account | Argus News