ଏପ୍ରିଲ ୧୯ରୁ ଏକଜିଟ ପୋଲ ବନ୍ଦ ହେବାକୁ ନେଇ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ ଲାଗିଲା କଟକଣା । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଏକଜିଟ ପୋଲ ବନ୍ଦ ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। । ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଜାଇଛି । ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।, ଆସନ୍ତା ଏପ୍ରିଲ ୧୯ ତାରିଖ ସକାଳ ୭ ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ କଟକଣା ଲଗାଯାଇଥିବାର ଏହି ବିଜ୍ଞପ୍ତି ରେ କୁହାଜାଇଛି ।
ଲୋକ ପ୍ରତିନିଧି ଆଇନ ଅନୁସାରେ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଜନମତ ସର୍ବେକ୍ଷଣ ଫଳାଫଳ ଓ ଭୋଟ୍ ସର୍ଭେ ରିପୋର୍ଟ ଭଳି ନିର୍ବାଚନ ସହିତ ଜଡିତ କୌଣସି ପ୍ରକାର ବିଷୟବସ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯାଇପାରିବ ନାହିଁ । ସେହିପରି ଏହି କଟକଣା ସମସ୍ତ ପ୍ରିଣ୍ଟ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଉପରେ ମଧ୍ୟ ଲାଗୁ ହେବ ।ପୁରା ଦେଶରେ ଲୋକସଭା ନିର୍ବାଚନ ବ୍ୟତିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ । ସେହି ସମୟ ମଧ୍ୟରେ ୧୨ଟି ରାଜ୍ୟରେ ୨୫ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି ରାଜ୍ୟ ଗୁଡିକରେ ନିର୍ବାଚନ ସମୟରେ ଏକଜିଟ୍ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ମଧ୍ୟ କଟକଣା ଜାରି କରିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

