ଅନଲାଇନ୍ ଗେମ୍ '' ଖେଳ ନା ଜୁଆ ''

ଖେଳ ପଡିଆରେ ଖେଳ ଅପେକ୍ଷା ଏବେ ଅନଲାଇନ୍ ଗେମରେ ମାତୁଛନ୍ତି ପିଲାଠୁ ନେଇ ବୟସ୍କ। ଆଉ ଦରକାର ପଡୁନି ଖେଳ ପଡିଆ କି ଆବଶ୍ୟକ ହେଉନି ଲୁଡୁପାଲି, ତାସ୍। ମୋବାଇଲରେ ବିତି ଯାଉଛି ଦିନଦିନ। ସେପଟେ ଅନଲାଇନ୍ ଗେମ୍ ପ୍ଲାଟଫର୍ମ ଗୁଡିକ ମଧ୍ୟ ନୂଆନୂଆ ଖେଳ ସହ ପଏଣ୍ଟ ପଇସାର ଲୋଭ ଦେଖାଇ ଲୁଟୁଛନ୍ତି ଖେଳାଳିଙ୍କୁ। ଅନଲାଇନ୍ ଗେମରେ ଟଙ୍କା ହାରିବା ପରେ ମାନିସିକ ଭାରସ୍ୟାମ ହରାଇ ଜୀବନ ହାରୁଛନ୍ତି ଖେଳାଳି।
ସୁତ୍ରର ଖବର ଅନୁସାରେ ଏହି ଅନଲାଇନ୍ ଗେମ୍ ସେକ୍ଟରକୁ ନିୟନ୍ତ୍ରଣକୁ ଆଣିବାକୁ ଏବେ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ପ୍ରସଙ୍ଗକୁ ଗୁରୁତର ସହ ନେଇ ଏକ ନିୟାମକ ଖସଡା ପ୍ରସ୍ତୁତ କରିବାକୁ କମିଟି ଗଠନ କରିଛନ୍ତି। ଯେଉଁ କମିଟିରେ ଗୃହ ମନ୍ତ୍ରଣାଳୟର ଅଧିକାରୀ, ଆଇନ୍ ବିଶେଷଜ୍ଞ ଏବଂ କ୍ରାଡା ଉଦ୍ୟୋଗର ପ୍ରତିନିଧି ସାମିଲ ହୋଇଛନ୍ତି। ପ୍ରାଥମିକ ପଦକ୍ଷେପ ଭାବେ ଗେମ୍ ଆଉ ଜୁଆ ମଧ୍ୟରେ ସ୍ପଷ୍ଟତା ନେଇ ଆଇନ୍ ଆଣିବାକୁ ପ୍ରସ୍ତାବ ଦିଆଯାଇଛି।
ଏମିତିରେ ସୁପ୍ରିମ କୋର୍ଟ ପୂର୍ବରୁ ଅନଲାଇନ୍ ଗେମକୁ କୌଶଳ ଖେଳ ଓ ଜୁଆର ଏକ ମିଳିତ ଉପାୟ ବୋଲି କହି ସାରିଛନ୍ତି। ସେପଟେ ଗୃହମନ୍ତ୍ରଣାଳୟ ଏହି ବିଦେଶୀ ପ୍ଲାଟଫର୍ମ ଗୁଡିକା ଗତିବିଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଏଥିସହ ସରକାର ଅନଲାଇନ୍ ଗେମିଂରେ ଏକ ବିକାଶର ସମ୍ଭାବନା ଲକ୍ଷ୍ୟ କରୁଛନ୍ତି। ଏଥିପାଇଁ ସରକାର ଗେମିଂ ଆପ କମ୍ପାନି ଗୁଡିକ ପାଇଁ ବିଭିନ୍ନ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବ। ଏଥିପାଇଁ ସରକାର ଏକକ ଆଇନ୍ ବ୍ୟବସ୍ଥା ନେଇ ଚିନ୍ତା କରୁଛନ୍ତି। ଯାହା ବିଦେଶୀ କମ୍ପାନୀ ଗୁଡିକୁ ନିୟନ୍ତ୍ରଣ କରିବ।
📱 Get Argus News App
✨ଗତ କିଛି ବର୍ଷ ମଧ୍ୟରେ କିଛି ରାଜ୍ୟ ଅନଲାଇନ୍ ଗେମିଂକୁ ନେଇ ଭିନ୍ନଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି। ୨୦୨୧ ରେ କର୍ଣ୍ଣାଟକ ସରକାର ଅନଲାଇନ୍ ଗେମିଂ ଆପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନିୟମ ଆଣିଥିଲେ। ହେଲେ ଏହା ସେତେଟା ଫଳପ୍ରଦ ହୋଇ ପାରିନି। ସହିଭଳି ମହାରାଷ୍ଟ୍ର ତାମିଲନାଡୁ ମଧ୍ୟ ଏହା ଉପରେ ଅତୀତରେ କିଛି ପ୍ରତିବନ୍ଧକ ଲଗାଇଥିଲେ।
ଭାରତରେ ସବୁଠାରୁ ଲୋକପ୍ରିୟ ଅନଲାଇନ୍ ଗେମ୍ କଥା ଯଦି କହିବା ସଥିରେ ସବୁଠାରୁ ଆଗରେ ରହିଛି ପବ୍ଜି। ୨୪ ର ଅଧିକ ପ୍ରତିଶତ ଲୋକ ସପ୍ତାହରେ ୮ ଘଣ୍ଟାରୁ ଅଧିକ ସମୟ ଏହାକୁ ଖେଳନ୍ତି। ଭାରତରେ ଜୁଆ ଖେଳ ଉପରେ ପୂର୍ବରୁ କଟକଣା ରହିଛି। ଭାରତର ଯେକୌଣସି ରାଜ୍ୟରେ, ଯଦି କୌଣସି ବ୍ୟକ୍ତି ସରକାରଙ୍କ ଅନୁମତି ବିନା କୌଣସି ପ୍ରକାରର ଲଟେରୀ, ସଟ୍ଟା ଖେଳନ୍ତି କି ଖେଳାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟମ ରହିଛି।